fbpx

ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବଡ ଘୋଷଣା, କହିଲେ – ‘ଯେଉଁଠାରେ ଭୋଟ୍, ସେଠାରେ ଟିକାକରଣ’

ନୂଆଦିଲ୍ଲୀ: କରୋନା ଟିକାକରଣକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନୂଆ ଅଭିଯାନ ଚଳାଇବାକୁ ଘୋଷଣା କରିଛନ୍ତି । ଆଜି ସେ ‘ ଯେଉଁଠାରେ ଭୋଟ୍, ସେଠାରେ ଟିକାକରଣ’ ଅଭିଯାନ ଆରମ୍ଭ କରିବା ବିଷୟରେ କହିଛନ୍ତି । ସେ ଦାବି କରିଛନ୍ତି ଯେ, ୪ ସପ୍ତାହ ମଧ୍ୟରେ ୪୫ ବର୍ଷରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯିବ । ଲୋକଙ୍କ ଘର ଘର ଯାଇ ଟିକା ଲଗାଇବାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି । ଏହି ଅଭିଯାନ ୭ ଜୁନରୁ ଦିଲ୍ଲୀର ୭୦ ଟି ୱାର୍ଡରେ ଆରମ୍ଭ ହୋଇଛି ।

ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମିଡିଆ ସହ ବାର୍ତ୍ତାଳପ ସମୟରେ କହିଛନ୍ତି ଯେ, ଆଜିଠାରୁ ଆମେ ଦିଲ୍ଲୀରେ ଏକ ନୂତନ ଅଭିଯାନ ‘ଯେଉଁଠାରେ ଭୋଟ୍, ସେଠାରେ ଟିକାକରଣ’ ଚଳାଇବୁ । ଚାରି ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ୪୫ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ଟିକା ପ୍ରଦାନ କରୁଛନ୍ତି । ୨୭ ଲକ୍ଷ ଲୋକଙ୍କୁ ପ୍ରଥମ ଡୋଜ ଲଗାସରିଛି । ଲୋକଙ୍କୁ ଅପେକ୍ଷା ନକରି ଆମେ ଘର-ଘର ଯାଇ ଟିକାକରଣ କରିବାକୁ ବ୍ୟବସ୍ଥା କରିଛୁ । ଆପଣ ଯେଉଁଠି ଭୋଟ୍ ଦେବାକୁ ଯାଉଛନ୍ତି, ସେଠାକୁ ଯାଇ ଟିକା ନିଅନ୍ତୁ ବେଶଲି ମୁଖ୍ୟମନ୍ତ୍ର କେଜ୍ରିୱାଲ କହିଛନ୍ତି ।

Get real time updates directly on you device, subscribe now.