fbpx

ଜରନୈଲ ସିଂ ଭିନ୍ଦ୍ରାନୱାଲେଙ୍କୁ ସହିଦ ଦର୍ଶାଇ ଫସିଲେ ହରଭଜନ ସିଂହ, ହେଲେ ଜୋରଦାର ଟ୍ରୋଲର ଶିକାର

ନୂଆଦିଲ୍ଲୀ : ଭାରତୀୟ ଦଳର ତାରକା ଅଫ ସ୍ପିନର ହରଭଜନ ସିଂହ ଏମିତି କିଛି ତ୍ରୁଟି କରିଛନ୍ତି, ଯେଉଁ କାରଣରୁ ତାଙ୍କୁ ଏବେ ଟ୍ୱିଟରରେ ଟ୍ରୋଲ୍ କରାଯାଉଛି । ଭଜି ନିଜର ଇନଷ୍ଟାଗ୍ରାମ ପେଜରେ ଅପରେସନ ବ୍ଲୁ ଷ୍ଟାରର ୩୭ତମ ବର୍ଷ ପୂର୍ତି ଅବସରରେ ସ୍ୱର୍ଣ୍ଣ ମନ୍ଦିର ଭିତରେ ନିହତ ହୋଇଥିବା ଖଲିସ୍ତାନୀ ଆତଙ୍କବାଦୀ ଜରନୈଲ ସିଂ ଭିନ୍ଦ୍ରାନୱାଲେଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କୁ ସହିଦ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ସେ ଏଥିରେ ସ୍ପଷ୍ଟ ଭାବେ ଭିଣ୍ଡରାବାଲେଙ୍କ ନାମ ନେଇ ନାହାନ୍ତି । ସୂଚନାଯୋଗ୍ୟ, ଅପରେସନ ବ୍ଲୁ ଷ୍ଟାର ୧୯୮୪ ଜୁନ ୮ ପର୍ଯ୍ୟନ୍ତ ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ଚାଲିଥିଲା । ଏହା ଭାରତୀୟ ସେନା ପକ୍ଷରୁ କରାଯାଇଥିବା ସବୁଠୂ ମିଶନ ଥିଲା । ଏହି ଅପରେସନରେ ସେନାଙ୍କ ଗୁଳିରେ ଭିଣ୍ଡରାବାଲେ ପ୍ରାଣ ହରାଇଥିଲା ।

ସେହି ସମୟରେ ଦେଶର ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଥିଲେ ଓ ପଞ୍ଜାବରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ଏହି ଅପରେସନ ଆରମ୍ଭ କରାଯାଇଥିଲା । କିନ୍ତୁ ହରଭଜନ ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ସ୍ପଷ୍ଟ ଭାବେ ଭିଣ୍ଡରାବାଲେଙ୍କ ନାମ ନେଇ ନାହାନ୍ତି । ମାତ୍ର ଇନଷ୍ଟାଗ୍ରାମ ପୋଷ୍ଟରେ ଭିନ୍ଦ୍ରାନୱାଲେଙ୍କ ଫଟୋକୁ ପ୍ରମୁଖତା ସହ ଦେଖାଇଛନ୍ତି । ଏହି ପୂରା ମାମଲାରେ ଅଦ୍ୟାବଧି ହରଭଜନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଏହା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି । ବ୍ଲୁ ଷ୍ଟାରକୁ ନେଇ ଅନେକ ପ୍ରଶ୍ନ କରୁଛନ୍ତି । ଗତକାଲି ଖଲିସ୍ତାନୀ ସମର୍ଥକ ଅମୃତସରରେ ବିରୋଧ ପ୍ରଦର୍ଶନ କରି ବ୍ଲୁ ଷ୍ଟାର ଅପରେସନର ବର୍ଷ ପୂର୍ତିକୁ କଳା ଦିବସ ଭାବେ ପାଳନ କରିଥିଲେ ।

 

 

ସୂଚନାଯୋଗ୍ୟ, ହରଭଜନ ସିଂହ ଭାରତୀୟ ଦଳ ପକ୍ଷରୁ ଏ ପର୍ଯ୍ୟନ୍ତ ୧୦୩ ଟେଷ୍ଟ ମ୍ୟାଚ୍ ଖେଳି ୪୧୭ ୱିକେଟ୍ ନେଇଛନ୍ତି । ସେହି ପରି ୨୩୬ ଦିନିକିଆରେ ତାଙ୍କ ନାମରେ ୨୬୯ ୱିକେଟ୍ ରହିଛି । ଏହା ବ୍ୟତୀତ ୨୮ଟି ଟି-୨୦ ମ୍ୟାଚରେ ୨୫ ୱିକେଟ୍ ନେଇଛନ୍ତି । ବର୍ତମାନ ସେ ଭାଷ୍ୟକାର ଭୂମିକାରେ ନଜର ଆସୁଛନ୍ତି।

 

Get real time updates directly on you device, subscribe now.