ମେଡିକାଲ ଷ୍ଟାଫଙ୍କ ପାଇଁ ଖୁସି ଖବର, ଡାକ୍ତରଙ୍କର ବମ୍ପର ଦରମା ବଢାଇଲେ ମମତା
ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେଡିକାଲ ଷ୍ଟାଫଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି।
କୋଲକାତା: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମେଡିକାଲ ଷ୍ଟାଫଙ୍କ ଦରମା ବୃଦ୍ଧିର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବରୁ ବରିଷ୍ଠ ଏବଂ ଜୁନିୟର ରେସିଡେଣ୍ଟ ଡାକ୍ତରଙ୍କର ଦରମା ବୃଦ୍ଧି ପାଇଥିଲା। ବର୍ତ୍ତମାନ ସବୁ ଶ୍ରେଣୀର ବରିଷ୍ଠ ରେସିଡେଣ୍ଡ ଡାକ୍ତରଙ୍କ ଦରମା ୧୫ ହଜାର ଟଙ୍କା ବଢାଇବାର ନିଷ୍ପତ୍ତି ନେଇଛୁ।
ଏହାର ପରିଣାମ ସ୍ୱରୂପ ଡିପ୍ଲୋମା କରିଥିବା ବରିଷ୍ଠ ରେସିଡେଣ୍ଡ ଡାକ୍ତରଙ୍କୁ ବର୍ତ୍ତମାନ ୬୫ ହଜାର ଟଙ୍କା ବଦଳରେ ୮୦ ହଜାର ଟଙ୍କା ମିଳିବ। ପୋଷ୍ଟ-ଗ୍ରାଜୁଏଟ ବରିଷ୍ଠ ରେସିଡେଣ୍ଟ ଡାକ୍ତରଙ୍କୁ ୭୦ ହଜାର ଟଙ୍କା ବଦଳରେ ୮୫ ହଜାର ଟଙ୍କା ମିଳିବ।
ଏହା ବ୍ୟତୀତ ପୋଷ୍ଟ-ଡକ୍ଟରେଟ ବରିଷ୍ଠ ଡାକ୍ତରଙ୍କ ଦରମା ୭୫ ହଜାର ଟଙ୍କା ବଢାଇ ୧ ଲକ୍ଷ ଟଙ୍କା କରାଯିବ। ଏଥିସହ ମମତା ବାନାର୍ଜୀ ସମସ୍ତ ଇଣ୍ଟର୍ଣ୍ଣ, ହାଉସ ଷ୍ଟାଫ, ପୋଷ୍ଟ –ଗ୍ରାଜୁଏଟ ପ୍ରଶିକ୍ଷକଙ୍କ ଦରମା ୧୦ ହଜାର ଟଙ୍କା ବୃଦ୍ଧିର ଘୋଷଣା କରିଛନ୍ତି।