fbpx

‘ଓଡ଼ିଶା ବିଷୟରେ ଏପରି ମନ୍ତବ୍ୟ ଦେବାକୁ ଆପଣଙ୍କୁ କିଏ ଦେଲା ଅଧିକାର..’, ମମତାଙ୍କୁ ମୋହନ ସରକାରଙ୍କ ଟାର୍ଗେଟ

ଭୁବନେଶ୍ୱର: ଆରଜି କର ମେଡିକାଲ କଲେଜର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଆନ୍ଦୋଳନ ଜାରି ରହିଛି। ଏହାରି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲେ। ଏଥିସହ ଓଡ଼ିଶା ସମେତ ଅନ୍ୟ ରାଜ୍ୟକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯଦି, ବେଙ୍ଗଲ ଜଲିବ ତେବେ ଏଥିରେ ପ୍ରଭାବିତ ହେବେ ଆସାମ, ଉତ୍ତରପୂର୍ବ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ଦିଲ୍ଲୀ। ତେବେ ମମତାଙ୍କ ଏହି ମନ୍ତବ୍ୟକୁ ନେଇ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଓଡ଼ିଶା ବାବଦରେ ଏପରି ଆପତ୍ତିଜନକ ଟିପ୍ପଣୀ ଦେବା ପାଇଁ ଲାଗି ଆପଣଙ୍କୁ କିଏ ଅଧିକାର ଦେଲା? ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଓଡ଼ିଶାବାସୀ ମଧ୍ୟ ଦାୟିତ୍ୱବାନ ଓ ସଚେତନ। ଓଡ଼ିଶା ପ୍ରତି ଆପଣଙ୍କ ଉଭଳି ବିଦ୍ୱେଷ ଭାବ, ନକରାତ୍ମକ ମନ୍ତବ୍ୟ ସମ୍ବେଦନହୀନ ମନୋଭାବକୁ ଓଡ଼ିଶାବାସୀ କେବେ ଗ୍ରହଣ କରିବେ ନାଗିଁ। ଅପରାଧର ଶିକାର ହୋଇଥିବା ଝିଅକୁ ନ୍ୟାୟ ନ ଦେଇ ପ୍ରତିଶୋଧ ପରାୟଣ ହୋଇ ଆପଣ ଯେଉଁ ମନ୍ତବ୍ୟ ଦେଉଛନ୍ତି ତାହା ଦେଶ ପାଇଁ ବିପଜନକ। ଏହି ପରିସ୍ଥିତିରେ ଶାନ୍ତ ରହିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମମତାଙ୍କୁ ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.