ପାକିସ୍ତାନକୁ ଧୂଳି ଚଟାଇବା ପରେ ସବୁଠି ସେଲିବ୍ରେସନ୍, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭାରତୀୟ ଟିମ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।
ଭୁବନେଶ୍ବର: ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର ପ୍ରତିଶୋଧ ନେଲା ରୋହିତ ବାହିନୀ । 6 ଓ୍ବିକେଟରେ ପାକିସ୍ତାନକୁ ହରାଇ ବିଜୟ ମୁକୁଟ ପିନ୍ଧିଲା ଇଣ୍ଡିଆ ଟିମ୍ । ଦ୍ଵିତୀୟ ବିଜୟ ହାସଲ କରିବା ସହ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲ୍ରେ ପ୍ରବେଶ କରିଛି ।
ବିରାଟ ବାହିନୀର ବିଜୟ ପରେ ଟିମ୍ ଇଣ୍ଡିଆକୁ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟୁଛି । ପାକିସ୍ତାନ ବିପକ୍ଷରେ ଭାରତର ବିଶାଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଏନେଇ ଟ୍ବିଟ କରି କହିଛନ୍ତି, ” ଆଇସିସି ଦ୍ବାରା ପରିଚାଳିତ ଚାମ୍ପିଅନ୍ସ ଟ୍ରଫି-୨୦୨୫ରେ ଇଣ୍ଡିଆ ବିଜୟୀ ହୋଇଛି । ମୁଁ ସମସ୍ତ ଟିମ୍ ଇଣ୍ଡିଆର ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଉଛି । ଭାରତର ବିଜୟଧାରା ଜାରି ରହୁ । ଭାରତୀୟ ଟିମ୍କୁ ନେଇ ଆମେ ଗର୍ବିତ । ”
ଟିମ୍ ଇଣ୍ଡିଆର ବିରାଟ ବିଜୟ ପରେ ସବୁଠି ସେଲିବ୍ରେସନ୍ ମିଳିଛି । ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀକୁ ହରାଇଥିବାରୁ ଉତ୍ସବର ମାହୋଲ ରହିଛି । ବାଜା ବଜାଇ ନାଚଗୀତ, ତ୍ରିରଙ୍ଗା ଉଡାଇ ସେଲିବ୍ରେସନ କଲେ ଭାରତୀୟ ।
ବିରାଟ କୋହଲି ୧୦୦ ରନ୍, ଶ୍ରେୟଶ ଆୟର ୫୬ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ୮ ରନ୍, ଅକ୍ଷର ପଟେଲ ୩ ରନ୍ କରିଥିଲେ । ସେହିପରି ରୋହିତ ଶର୍ମା ୨୦ ରନ୍ କରିଥିବାବେଳେ ଶୁବମନ ଗିଲ୍ ୪୬ ରନ୍ କରିଥିଲେ ।