fbpx

ଗଞ୍ଜାମବାସୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ୨୨୮୨ କୋଟିର ଦେଲେ ଭେଟି

ଗଞ୍ଜାମ(ଓଡ଼ିଶା ଭାସ୍କର): ବିଜୁ ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଆଜି ସାମିଲ ହୋଇଛି ଗଞ୍ଜାମ । ଜିଲ୍ଲାରେ BSKY ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନରେ ୨୭ ଲକ୍ଷ ପରିବାର ସାମିଲ ହୋଇଛନ୍ତି । ଉନ୍ନୟନମୂଳକ ଯୋଜନାର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ଏହା ସହ ଗଞ୍ଜାମକୁ ୨ ହଜାର ୨୮୨ କୋଟିର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାରାତାରିଣୀ ପୀଠର ବିକାଶ କାର୍ଯ୍ୟ ଲୋକାର୍ପିତ ହୋଇଛି । ୫୭୦ କୋଟି ଟଙ୍କାର ୬୫୧ଟି ପ୍ରକଳ୍ପର ଉଦଘାଟନ ହୋଇଛି । ୧୫୮୨ କୋଟି ଟଙ୍କାର ୬୪୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୧୨୭ କୋଟି ଟଙ୍କାର ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି ନବୀନ ।

ଗଞ୍ଜାମରେ ମୁଖ୍ୟମନ୍ତ୍ରୀ ନିଜ ଉଦବୋଧନରେ କହିଛନ୍ତି ଯେ, ‘ମାଆ ତାରାତାରିଣୀ ଆମ ସମସ୍ତଙ୍କ ଆଶା ଓ ବିଶ୍ୱାସର ପ୍ରତୀକ । ତାରାତାରିଣୀ ପୀଠର ବିକାଶ ପ୍ରକଳ୍ପ କାମ ୨୦୨୩ ଜାନୁଆରୀ ସୁଦ୍ଧା ସରିବ । ଗଞ୍ଜାମ ଜିଲ୍ଲା ର ୨୫ ହଜାର ମହିଳା ଏସଏଚଜି ୫୦୦ କୋଟିର ଋଣ ନେଇଛନ୍ତି ।ରାଜ୍ୟରେ BSKY ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଦୁଃଖ ଦୂର କରିବ । ଏଭଳି ସ୍ବାସ୍ଥ୍ୟ ସୁବିଧା ଦେବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ୩.୫ କୋଟି ଲୋକ BSKY ସ୍ମାର୍ଟ କାର୍ଡର ସୁବିଧା ପାଇବେ ମୁଁ ଚାହେଁ । ଟଙ୍କା ପାଇଁ କେହି ଚିକିତ୍ସାରୁ ବଞ୍ଚିତ ନ ହୁଅନ୍ତୁ । ’

Get real time updates directly on you device, subscribe now.