fbpx

ପଟ୍ଟାଙ୍ଗିର ପୂର୍ବତନ ବିଧାୟିକା ଚନ୍ଦ୍ରମା ସାଉନ୍ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଚନ୍ଦ୍ରମା ସାଉନ୍ତାଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ଚନ୍ଦ୍ରମାଙ୍କୁ ୮୩ ବର୍ଷ ବୟସ ହୋଇଥିବା ବେଳେ ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ । ନିଜସ୍ୱ ଗ୍ରାମ ସିପାଇପୁଟ ସ୍ଥିତ ଘରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଚନ୍ଦ୍ରମାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତିି । ଏଥିସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ଚନ୍ଦ୍ରମା ସାଉନ୍ତାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ଜନ ପ୍ରତିନିଧି ଭାବେ ତାଙ୍କ କାର୍ଯ୍ୟ ସର୍ବଦା ତାଙ୍କୁ ସ୍ମରଣୀୟ କରି ରଖିବ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ।’

Get real time updates directly on you device, subscribe now.