fbpx

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ଓ BSKY ସମୀକ୍ଷା: ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସୋମବାର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ କୋଭିଡ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରିଛନ୍ତି । ଟିକା ସହ କୋଭିଡ ଚିକିତ୍ସାକୁ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଓମିକ୍ରନ ଲହରି ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଶେଷ ପାଇଁ ପରାମର୍ଶ । ବିଏସକେୱାଇ ର ସଫଳ କାର୍ଯ୍ୟକାରିତା ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ । ବେସରକାରୀ ହସ୍ପିଟାଲ ଗୁଡ଼ିକର ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ । ଆସନ୍ତା ସପ୍ତାହକ ମଧ୍ୟରେ ସବୁ ହିତାଧୀକାରୀଙ୍କୁ ବିଏସକେୱାଇ କାର୍ଡ ପ୍ରଦାନ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ତ୍ୱରାନ୍ୱିତ କରିବାକୁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଅଭିଯାନ କରୁ । ସାରା ରାଜ୍ୟରେ ଶିଶୁଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଉ । କୋଭିଡ ନିୟମର ଦୃଢ଼ ଅନୁପାଳନ ନିଶ୍ଚିତ କରିବାକୁ ପୋଲିସ୍ ବିଭାଗକୁ ନିର୍ଦ୍ଦେଶ । କୋଭିଡ୍ ସଚେତନତା ବାର୍ତ୍ତା ପ୍ରଚାର ପାଇଁ ସୂଚନା ଏବଂ ଲୋକ ସଂପର୍କ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Get real time updates directly on you device, subscribe now.