fbpx

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ଆଇକନିକ ଓଡ଼ିଆ ଆଦର୍ଶ ବିଦ୍ୟାଳୟ

Advertisement

ଓଡ଼ିଶା ଭାସ୍କର: ଆଜି ଉଦଘାଟିତ ହୋଇଛି ଆଇକନିକ ଓଡିଆ ଆଦର୍ଶ ବିଦ୍ୟାଳୟ। ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରେ ନିର୍ମିତ ଏହି ଶିକ୍ଷା ସୌଧକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ତେବେ ୨୦୨୨ ମସିହାରୁ ଏହା ଅସ୍ଥାୟୀ ଭାବେ କୌସ୍ତୁଭ ଇଞ୍ଜିନିୟରିଂ କଲେଜରେ ଆରମ୍ଭ ହୋଇଥିବାବେଳେ ନୂତନ ସ୍ଥାୟୀ ବିଲଡିଂକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।‌

ସୂଚନା ଥାଉକି, ଅନ୍ଧାରୁଆ ଠାରେ ପ୍ରସ୍ତାବିତ ୨୫ ଏକର ଜାଗାରେ ଆଇକନିକ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହୋଇଛି। ରାଜ୍ୟରେ ଥିବା ୩୧୪ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟରୁ ବଛାବଛା ମେଧାବୀ ଛାତ୍ରଛାତ୍ରୀ ଏହି ସ୍କୁଲରେ ପାଠ ପଢିବାର ସୁବିଧା ପାଇବେ। ଏହି ବିଦ୍ୟାଳୟରେ ୫୦୦ ଛାତ୍ରଛାତ୍ରୀ ଯୁକ୍ତଦୁଇ ପଢିବାର ବ୍ୟବସ୍ଥା ରହିଛି। ଅନ୍ୟପଟେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ +୨ ଅଧ୍ୟୟନ ସହିତ ଅନ୍ୟାନ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସଂରକ୍ଷିତ ୧୫ ପ୍ରତିଶତ ଡାକ୍ତରୀ ଓ ଇଞ୍ଜିନିୟରିଂ ସିଟରେ ପଢା ପାଇଁ ପିଲାଙ୍କୁ ପ୍ରସ୍ତୁତ କରାଯାଉଛି। ନିଟ୍‍ ଓ ଜେଇଇରେ ଉତ୍ତମ ପ୍ରଦର୍ଶନ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଉଛି।

ଏଠାରେ କହି ରଖୁଛୁ ଯେ, ୨୦୨୧ ମସିହା ସେପ୍ଟେମ୍ବର ୫ ଅର୍ଥାତ୍ ଗୁରୁ ଦିବସରେ ଆଇକନିକ ଆଦର୍ଶ ବିଦ୍ୟାଳୟ ପାଇଁ ଭିତ୍ତି ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ।‌ ଆଉ ରେକର୍ଡ ସମୟରେ ଏହାର ନିର୍ମାଣ ଶେଷ ହୋଇଛି।

 

Get real time updates directly on you device, subscribe now.