fbpx

Big breaking: ଆସ୍ଥା ଜିତିଲେ ନୀତିଶ କୁମାର, ସପକ୍ଷରେ ୧୨୯ ଭୋଟ

ପାଟନା:ବିହାର ବିଧାନସଭାରେ ନୀତିଶ କୁମାର ବିଶ୍ୱାସମତ ହାସଲ କରି ନେଇଛନ୍ତି । ଏନଡିଏ ସରକାର ପକ୍ଷରେ ୧୨୯ ଭୋଟ ପଡିଥିବା ବେଳେ ବିପକ୍ଷ ଫ୍ଲୋରଟେଷ୍ଟ ସମୟରେ କକ୍ଷତ୍ୟାଗ କରିଥିଲେ । ଭୋଟିଂ ପୂର୍ବରୁ ବିରୋଧୀ, ଆରଜେଡି ଓ କଂଗ୍ରେସ କକ୍ଷତ୍ୟାଗ କରିଥିବା ଜଣାଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ମୁଖ୍ୟମନ୍ତ୍ରୀ ରୂପରେ ଶପଥ ନେବା ପରେ ଆଜି ନୀତିଶ କୁମାର ସରକାରର ଫ୍ଲୋର ଟେଷ୍ଟ ଥିଲା ଯେଉଁଥିରେ ସେ ପାସ୍ ହୋଇଛନ୍ତି । ତାଙ୍କ ସମର୍ଥନରେ ୧୨୯ ଭୋଟ ପଡିଛି । ଭୋଟ ପୂର୍ବରୁ ବିରୋଧୀ କକ୍ଷତ୍ୟାଗ କରିଥିଲେ ।
ତେବେ ଏହି ଘଟଣାରେ ଆରଜେଡିକୁ ଜୋର ଝଟକା ଲାଗିଛି । ତେଜସ୍ୱୀ ଯାଦବ କହିଛନ୍ତି, ନୀତିଶ ଗୋଟିଏ ଟର୍ଣ୍ଣରେ ୩ ଥର ୟୁଟର୍ଣ୍ଣ ନେଇଛନ୍ତି ଯାହା କେଉଁଠିବି ଦେଖାଯାଇ ନାହିଁ । ନୀତିଶ କୁମାର ୯ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇ ଇତିହାସ ରଚିଛନ୍ତି । ନୀତିଶଙ୍କର ରାଜା ଦଶରଥଙ୍କ ପରି କୌଣସି ନା କୌଣସି ଦୂର୍ବଳତା ନିଶ୍ଚୟ ରହିଛି । ସେ ଏ କ୍ଷେତ୍ରରେ ଏକ ଉଦାହରଣ ହୋଇ ରହିବେ ।

ତେବେ ଫ୍ଲୋରଟେଷ୍ଟକୁ ନେଇ ରାଜ୍ୟରେ ଗତ କିଛିଦିନ ଧରି ବେଶ୍ ହଟଚମଟ ଲାଗି ରହିଥିଲା । ନିଜ ନିଜ ବିଧାୟକଙ୍‌କୁ ବାନ୍ଧି ରଖିବା ପାଇଁ ସବୁ ଦଳ କଳ ବଳ କୌଶଳ ଲଗାଇଦେଇଥିଲେ । ଆରଜେଡି ତ କଂଗ୍ରେସ ଓ ଏହାର ବିଧାୟକଙ୍କ ଲାଗି ନିଜ ଘରେ ଭଣ୍ଡାରା ଲଗାଇଥିଲା । ଏହା ବ୍ୟତିତ ଜେଡିୟୁ ଓ ବିଜେପିର କିଛି ବିଧାୟକ ବିଦ୍ରୋହ କରିପାରନ୍ତି ବୋଲି ଆଶଙ୍କା କରାଯାଉଥିଲା ।

Get real time updates directly on you device, subscribe now.