fbpx

CM ଶିବରାଜଙ୍କ ବଡ଼ ଘୋଷଣା: ସରକାରୀ କର୍ମଚାରୀଙ୍କୁ ମିଳିବ ୪୨ ପ୍ରତିଶତ ମହଙ୍ଗା ଭତ୍ତା

Advertisement

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସମସ୍ତ ସରକରୀ କମର୍ଚାରୀଙ୍କ ପାଇଁ ଏକ ଖୁସି ଖବର । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସରକାରୀ କର୍ମଚାରୀଙ୍କୁ ଦେଇଛନ୍ତି ଏକ ବଡ଼ ଉପହାର । ରାଜ୍ୟର କର୍ମଚାରୀଙ୍କୁ ଏବେ ୪୨ ପ୍ରତିଶତ ମହଙ୍ଗା ଭତ୍ତା (ଡିଏ) ମିଳିବ । ସରକାର ସର୍ବଦା କର୍ମଚାରୀଙ୍କ ହିତସାଧନ ନିମନ୍ତେ ପ୍ରୟାସ କରିବା ସହିତ ପୂର୍ବରୁ ଅନେକ କ୍ରାନ୍ତିକାରୀ ନିଷ୍ପତ୍ତି ଲାଗୁ କରାଯାଇଛି ବୋଲି ଶିବରାଜ କହିଛନ୍ତି ।

ରାଜ୍ୟର କର୍ମଚାରୀଙ୍କୁ ୪୨ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ କରାଯିବ ବୋଲି ପୂର୍ବରୁ କୁହାଯାଇଥିଲା । ଏବେ ସରକାର ତାହା ଘୋଷଣା କରିଛନ୍ତି । ଏବେ କର୍ମଚାରୀମାନେ ଗତ ଜାନୁଆରୀଠାରୁ ଜୁନ ମାସ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାର ଏରିୟର ୩ଟି ସମାନ କିସ୍ତିରେ ପାଇବେ । ରାଜ୍ୟ ସରକାରଙ୍କ ପକ୍ଷରୁ ୪୩ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି ।

କର୍ମଚାରୀମାନେ ଜୁଲାଇ ମାସର ବେତନ ସହିତ ଏହି ମହଙ୍ଗା ଭତ୍ତାର ଏରିୟର ଆସନ୍ତା ଅଗଷ୍ଟ ମାସରେ ପାଇବେ । ଏଣିକି ରାଜ୍ୟର କର୍ମଚାରୀଙ୍କୁ କେନ୍ଦ୍ର କର୍ମଚାରୀଙ୍କ ସହିତ ସମାନ ମାତ୍ରାରେ ମହଙ୍ଗା ଭତ୍ତା ମିଳିବ । ଯେଉଁମାନେ ୩୦ ବର୍ଷର ସେବା ପୂରଣ କରିସାରିଛନ୍ତି ସେମାନଙ୍କୁ ତୃତୀୟ ପେ ସ୍କେଲରେ ବେତନ ଦିଆଯିବ । ସେହିପରି ଯେଉଁମାନେ ଚଳିତ ବର୍ଷ ଜୁଲାଇ ପହିଲା ସୁଦ୍ଧା ନିଜ ସେବାର ୩୫ ବର୍ଷ ପୂରଣ କରିସାରିଛନ୍ତି ସେମାନଙ୍କୁ ଚତୁର୍ଥ ପେ ସ୍କେଲରେ ବେତନ ଦିଆଯିବ ।

Get real time updates directly on you device, subscribe now.