ଭୁବନେଶ୍ୱର: ଆଜିଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଜନ୍ମମାଟିରେ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗାଁରେ ପରିବାର ଏବଂ ଗାଁ ଲୋକଙ୍କ ଗହଣରେ ପାଳନ କରିବେ ଦୀପାବଳି । ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଦୀପାବଳି ପାଳିବେ । ଦୀପାବଳିରେ ଆଦିବାସୀମାନେ ସୋହରାଇ ପୂଜା କରିଥାନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ଗାଁରେ ଏହି ପୂଜାରେ ସାମିଲ ହେବେ ।
ଆଜି ସକାଳ ୧୧ଟାରେ ଭୁବନେଶ୍ଵର ସ୍ଥିତ ବାସଭବନରୁ ବାହାରି ୧୧ଟା ୧୦ରେ ବିମାନ ବନ୍ଦରରେ ପହଞ୍ଚିବେ । ପରେ ୧୧ଟା ୫୫ରେ କେନ୍ଦୁଝର ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚିବେ । ୧୨ଟା ୨୦ରେ ସର୍କିଟ ହାଉସରେ ପହଞ୍ଚିବେ । ୨ଟା ୩୦ରେ ସର୍କିଟ ହାଉସରୁ ବାହାରି ୩ଟାରେ ରାଇକଳା ସ୍ଥିତ ବାସଭବନ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ରାତ୍ରି ୯ଟା ପର୍ଯ୍ୟନ୍ତ ରହିବେ । ଏହାପରେ ୯ଟା ୩୦ ସୁଦ୍ଧା ସର୍କିଟ ହାଉସରେ ରାତ୍ରି ଯାପନ କରିବେ ମୁଖ୍ୟମନ୍ତ୍ରୀ ।
ତେବେ ମୁଖ୍ୟମନ୍ତ୍ରୀଙ୍କ କେନ୍ଦୁଝର ଗସ୍ତକୁ ନେଇ ସିଏମଓ ପକ୍ଷରୁ କାର୍ଯ୍ୟସୂଚୀ ଜାରି କରାଯାଇଛି । ନଭେମ୍ବର ୧(ଶୁକ୍ରବାର) ସକାଳ ୮ଟା ୩୦ରେ ସର୍କିଟ ହାଉସରୁ ବାହାରି ୯ଟାରେ ରାଇକଳା ସ୍ଥିତ ବାସଭବନରେ ପହଞ୍ଚିବେ। ସେଠାରେ ୨ଟା ପର୍ଯ୍ୟନ୍ତ ରହିବେ। ୨ଟା ୩୦ରେ ପୁଣି ଥରେ ସର୍କିଟ ହାଉସ ଫେରିବେ ମୁଖ୍ୟମନ୍ତ୍ରୀ । ୩ଟା ୫୦ରେ ରାଇସୁଆଁ ଏୟାରଷ୍ଟ୍ରିପରେ ପହଞ୍ଚି ୪ଟା ୩୫ସୁଦ୍ଧା ଭୁବନେଶ୍ଵର ବିମାନବନ୍ଦର ଆସିବା ସୂଚନା ରହିଛି । ତେବେ ୪ଟା ୫୫ ସୁଦ୍ଧା ୟୁନିଟ୍ ୨ ସ୍ଥିତ ନିଜ ବାସଭବନକୁ ଫେରିଆସିବେ ମୁଖ୍ୟମନ୍ତ୍ରୀ ।