fbpx

ହାଥରସ ଯିବେ ଯୋଗୀ, ସ୍ଥିତିର କରିବେ ଅନୁଧ୍ୟାନ, ଦଳାଚକଟାରେ ଗଲାଣି ୧୨୧ ଜୀବନ

Advertisement

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ସତସଙ୍ଗ ସଭାରେ ହୋଇଥିବା ଦଳଚକଟା ସ୍ଥିତିର ଅନୁଧ୍ୟାନ କରିବା ପାଇଁ ହାଥରସ ଯିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଘଟଣାସ୍ଥଳକୁ ଯାଇ ନିଜେ ମୁଖ୍ୟମନ୍ତ୍ରୀ ଘଟଣା ସମ୍ପର୍କରେ ବୁଝିବେ ବୋଲି ଜଣା ପଡିଛି । ସେଠାକାର ଅଧିକାରୀଙ୍କ ସହ ମଧ୍ୟ ଏ ସଂପର୍କରେ ଆଲୋଚନା କରିବେ ଯୋଗୀ ଆଦିତ୍ୟନାଥ । ଘଟଣାସ୍ଥଳରେ ଫରେନସିକ ଓ ଡଗ ସ୍କ୍ୱାଡକୁ ମଧ୍ୟ ଲଗାଯାଇଛି । ତାହାସହ ପୁଲିସକୁ ମଧ୍ୟ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଦିଆଯାଇଛି । ପ୍ରକାଶଥାଉ ଯେ, ହାଥରସ ଦଳାଚକଟାରେ ପ୍ରାୟ ୧୧୬ ଜଣଙ୍କୁ ମୃତ୍ୟୁ ହୋଇଛି ।

 

ହାଥରସ ଦଳାଚକଟା ମୃତ୍ୟୁସଂଖା ବଢି ୧୨୧ ଛୁଇଁଛି । ୨୮ ଜଣ ଚିକିତ୍ସାଧୀନ ଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

Get real time updates directly on you device, subscribe now.