fbpx

ବିଧାୟକ ଦଳର ନେତା ଚୟନ ହେବା ପରେ ଭାବୁକ ହେଲେ ଯୋଗୀ, କହିଲେ- ପିଏମ ମୋଦୀଙ୍କ ସ୍ୱପ୍ନ ପୂରା କରିବାର ଅଛି

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ବିଧାନସଭାରେ ଯୋଗୀ ଆଦିତ୍ୟନାଥ ବିଧାୟକ ଦଳର ନେତା ଭାବେ ଚୟନ ହୋଇଛନ୍ତି । ଗୁୁରୁବାର ବିଧାୟକ ଦଳ ବୈଠକରେ ବିଧାୟକ ଦଳର ନେତା ଚୟନ ହେବା ପରେ ଯୋଗୀ ଆଦିତ୍ୟନାଥ ସମସ୍ତଙ୍କୁ କୃତଜ୍ଞତା ଜଣାଇ ଭାବୁକ ହୋଇ ପଡିଛନ୍ତି । ଚପାସ୍ୱରରେ ସେ କହିଛନ୍ତି ୟୁପି ଇତିହାସରେ ପ୍ରଥମ ଥର କୌଣସି ମୁଖ୍ୟମନ୍ତ୍ରୀ ପାଞ୍ଚ ବର୍ଷ କାମ କରିବା ପରେ ପୁନର୍ବାର କ୍ଷମତାକୁ ଆସିଛି । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ କାରଣରୁ ସମ୍ଭବ ହୋଇ ପାରିଛି ।

ଯୋଗୀ କହିଛନ୍ତି ୟୁପିକୁ ଏକ ନମ୍ବର ରାଜ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଖିଥିବା ସ୍ୱପ୍ନ ପୂରଣ କରାଯିବ । ପ୍ରଧାନମନ୍ତ୍ରୀ ମୋଦୀ ୟୁପିର କାଶୀରୁ ଦେଶର ପ୍ରତିନିଧିତ୍ୱ କରୁଛନ୍ତି । ତାଙ୍କର ଆଶୀର୍ବାଦ ସର୍ବଦା ଆମ ଉପରେ ରହିଛି । ଏହା ଆମର ସୌଭାଗ୍ୟ ଯେ, ତାଙ୍କର ଆଶୀର୍ବାଦ ଲଗାତାର ଆମକୁ ମିଳୁଛି ।

ସେ କହିଛନ୍ତି, କ୍ଷମତା ପାଇବା ମଧ୍ୟ ଏକ ବଡ ଦାୟିତ୍ୱ । ଏବେ ପ୍ରତିଯୋଗିତା ମୋ ନିଜ ସହ ହେବ । ପ୍ରଥମେ କୁଶାସନରୁ ସୁଶାନ ପାଇଁ ପ୍ରତିଯୋଗିତା ଚାଲିଥିଲା । ଏବେ ସୁଶାସନ କେମିତି ଲୋକଙ୍କ ନିକଟରେ ପହଞ୍ଚିବ ତା ଉପରେ କାମ କରିବାକୁ ପଡିବ । ଯୋଗୀ କହିଛନ୍ତି, ୟୁପି ବିକାଶ କଲେ ଦେଶର ବିକାଶରେ ବଡ ଯୋଗଦାନ ରହିଥାଏ । ଦେଶର ଜନସଂଖ୍ୟାର ୬ ପ୍ରତିଶତ ଉତ୍ତର ପ୍ରଦେଶରେ ରହିଛି । ଏଠାରେ ବଜେଟକୁ ଦୁଇ ଲକ୍ଷରୁ ଛଅ ଲକ୍ଷ କୋଟି କରାଯାଇଛି । କରୋନା ପରି ମହାମାରୀ ପରେ ମଧ୍ୟ ୟୁପିର ଜିଡିପି ଦୁଇ ଗୁଣା ହୋଇଛି । ତଥାପି ଅନେକ କ୍ଷେତ୍ରରେ ବହୁତ କିଛି କରିବାର ଅଛି ବୋଲି ଯୋଗୀ ଆଦିତ୍ୟନାଥ କହିଛନ୍ତି ।

Get real time updates directly on you device, subscribe now.