fbpx
BJD SKY
BJD SKY

ଏ ନବୀନଙ୍କ ଓଡିଶା; ୭୬ତମ ବର୍ଷରେ ପାଦ ଦେଲେ ମୁଖ୍ୟମନ୍ତ୍ରୀ

BJD

ଭୁବନେଶ୍ଵର: ନବୀନ ପଟ୍ଟନାୟକ ଏହି ନାମ ଓଡିଶାରବାସୀ ଙ୍କୁ ଭଲ ଭାବେ ଜଣା। ଓଡିଶାର ଜନ କଲ୍ୟାଣ ପାଇଁ ସେ ରାଜ୍ୟ ରାଜନୀତିରେ ପାଦ ଦେଲେ। ସେତେବେଳେ କେହି ଜାଣିନ ଥିଲା ଏହି ବ୍ୟକ୍ତି ଅପ୍ରତିଦ୍ଵନ୍ଦ୍ଵୀ, ଅପରାଜୟ ଏବଂ ନିସ୍କଣ୍ଟକ ଶାସନ ଉପଭୋଗ କରିବେ। ଅଳ୍ପ କହୁଥିବା ଏହି ନେତା ଯେ ଓଡିଶାବାସୀଙ୍କ ମଉଡମଣି ହୋଇ ପାରିବେ କେହି ଜାଣିନଥିଲେ । ରାଜନୀତି କିଛି ଏପରି କ୍ଷେତ୍ର ଯେଉଁଠାରେ ତିଷ୍ଠିବା ବହୁତ କଷ୍ଟ ହେଲେ ନବୀନ ଏଠି ତାଙ୍କର ଏକ ବ୍ରାଣ୍ଡ ତିଆରି କରିଦେଲେ । ନିଜର ସ୍ଵଚ୍ଛ, ନିର୍ମଳ ଭାବମୂର୍ତ୍ତି ନବୀନ ପଟ୍ଟନାୟକ ଆଜି ସାରା ଓଡିଶାବାସୀଙ୍କ ହୃଦୟ ରେ ରାଜ କରୁଛନ୍ତି। ଆଜି ହେଉଛି ତାଙ୍କ ଜନ୍ମଦିନ । ସେ ଅକ୍ଟୋବର ୧୬ରେ ୭୬ତମ ବର୍ଷରେ ପାଦ ଦେଇଛନ୍ତି ।

ସାଢେ ଚାରି କୋଟି ଓଡିଶାବାସୀଙ୍କୁ ନିଜର ପରିବାର ଭାବୁଥିବା ନବୀନ ପଟ୍ଟନାୟକ ୨୦୦୦ ମସିହା ମାର୍ଚ୍ଚ ୫ରେ ବିଜୁ ଜନତା ଦଳ ଏବଂ ବିଜେପି ମେଣ୍ଟ ସରକାରରେ ରାଜ୍ୟର ଶାସନ ଡୋରି ସମ୍ଭାଳିଥିଲେ। ବାସ ସେବେ ଠାରୁ ଯାତ୍ରା ଆରମ୍ଭ । ରାଜ୍ୟବାସୀଙ୍କ ହକ ପାଇଁ ତାଙ୍କ ପାଇଁ ବଞ୍ଚୁ ଥିବା ନେତା ହେଉଛନ୍ତି ନବୀନ । ଆଜି ଯେଉଁ ନବୀନ ନବୀନ ନାରା ଦିଆ ଯାଉଛି ଏହା କେବଳ ଏକ ନାମ ନୁହେଁ ନିଜ କାମ କାର୍ଯ୍ୟ ପାଇଁ ସେ ଏହି ଲୋକପ୍ରିୟତା ନିଜେ ହାସଲ କରିଛନ୍ତି। ଓଡ଼ିଶାବାସୀ ତାଙ୍କ ପରିବାର ବୋଲି ସେ ସବୁବେଳେ କେବଳ କହୁନାହାନ୍ତି ଏହାକୁ କରି ମଧ୍ୟ ଦେଖେଇଛନ୍ତି ।

ନିଜ ଲୋକ ମାନଙ୍କ ଯେପରି ଦୁଃଖ ସମସ୍ୟା ଦୂର କରାଯାଏ ଠିକ ସେହିଭଳି ସେ ସବୁବେଳେ ଓଡିଶାବାସୀଙ୍କ ରହି ଆସିଛନ୍ତି। ସେଥିଲାଗି ତାଙ୍କୁ ଭଲ ପାଇବା ଦେବାରେ ସାରା ଓଡିଶା କେବେ ଅବହେଳା କରି ନାହିଁ । ନିଜର କାର୍ଯ୍ୟ ଦକ୍ଷତା ପାଇଁ ଦେଶରେ ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ସର୍ବାଧିକ ସମୟ ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ କରିଛନ୍ତି। ୨୦୨୪ ମେ ମାସରେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଶାସନକାଳକୁ ୨୫ ବର୍ଷ ପୂରିବ।
ଏହି ସମୟ ଭିତରେ ସେ ରାଜ୍ୟଙ୍କୁ ନିଜର ବଳିଷ୍ଠ ନେତୃତ୍ଵ ବଳରେ ସ୍ଥିର ସରକାର ଦେଇ ଆସିଛନ୍ତି। ବିରୋଧୀଙ୍କୁ କେମିତି ମାତ୍ ଦିଆଯାଇପାରେ ଏହା ନବୀନ ଙ୍କ ଠାରୁ ଶିଖିବା କଥା । ସେ ଖୁବ କମ କଥା କୁହନ୍ତି କାରଣ ତାଙ୍କ କାମ ହିଁ ତାଙ୍କର କଥା କୁହେ । ତୃଣମୂଳସ୍ତରରେ ଲୋକ ମାନଙ୍କ ସହ ଜଡିତ ହେବାପାଇଁ ସେ ନାନାଦି ଯୋଜନା କରିଛନ୍ତି।ଭଲ ମନ୍ଦ ସବୁବେଳେ ଓଡିଶା ବାସୀଙ୍କ ସହ ଅଛନ୍ତି ନବୀନ ।

ତେବେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ମୁଖ୍ୟମନ୍ତ୍ରୀ Make in Odisha କାର୍ଯ୍ୟକ୍ରମ ପାଇଁ ରବିବାର ହାଇଦ୍ରାବାଦ ଗସ୍ତରେ ଯାଉଥିବାରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସେ ଶୁଭେଛୁ ମାନଙ୍କୁ ଅନୁରୋଧ ଜଣାଇଛନ୍ତି ।ସେ ଓଡ଼ିଶା ବାସୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ୠଣୀ ବୋଲି କହିଛନ୍ତି ।

 

Get real time updates directly on you device, subscribe now.