fbpx

ଦେଶରେ ଲଗାତାର ଦ୍ୱିତୀୟ ଦିନରେ ବଢ଼ିଲା CNG ଦର, ଜାଣନ୍ତୁ ଆଜିର ରେଟ୍

Advertisement

ନୂଆଦିଲ୍ଲୀ: ତୈଳ ଓ ଗ୍ୟାସ କମ୍ପାନୀଗୁଡ଼ିକ ଲୋକଙ୍କ ପକେଟ୍ ଉପରେ ଲଗାତାର ବୋଝ ବଢ଼ାଇଚାଲିଛି । ପେଟ୍ରୋଲ-ଡିଜେଲ ପରେ ଏବେ CNG ଦାମ୍ ବି ଲଗାତାର ବଢ଼ିବାରେ ଲାଗିଛି । ଦିଲ୍ଲୀ ସମେତ ଅନେକ ସହରରେ CNG ଦାମ୍ ପ୍ରତିଦିନ ବଢ଼ିବାରେ ଲାଗିଛି ।

ଆଇଜିଏଲ ଅନୁସାରେ, ୭ ଏପ୍ରିଲରେ ଦିଲ୍ଲୀରେ CNG ଦାମ୍ କିଲୋଗ୍ରାମ ପିଛା ୨.୫୦ ଟଙ୍କା ବଢ଼ିଯାଇଛି । ଏବେ ଦିଲ୍ଲୀରେ କିଲୋଗ୍ରାମ ପିଛା ୬୯.୧୧ ଟଙ୍କାରେ CNG ମିଳୁଛି । ଏହା ପୂର୍ବରୁ ବୁଧବାର ଦିନ ଦିଲ୍ଲୀରେ CNG କିଲୋଗ୍ରାମ ପିଛା ୨.୫ ଟଙ୍କା ମହଙ୍ଗା ହୋଇଥିଲା । ଏହାର ଅର୍ଥ ଗତ ୨ ଦିନ ଭିତରେ CNG ଦର କିଲୋଗ୍ରାମ ପିଛା ୫ ଟଙ୍କା ମହଙ୍ଗା ହୋଇଛି ।

Things to Know Before Installing a CNG Kit in Your Car

ଅନ୍ୟପଟେ ପେଟ୍ରୋଲ-ଡିଜେଲ ଦର ଉପରେ ଗୁରୁବାର ଦିନ ଲୋକମାନଙ୍କୁ ଟିକେ ଆରାମ ମିଳିଛି । ସରକାରୀ ତୈଳ କମ୍ପାନୀଗୁଡ଼ିକ ଆଜି ଦାମ୍ ବଢ଼ାଇନାହାନ୍ତି । ଗତ ୧୭ ଦିନରେ ପେଟ୍ରୋଲ ଦର ଲିଟର ପିଛା ୧୦ ଟଙ୍କା ବୃଦ୍ଧି ପାଇଛି । ଅନେକ ଦିନ ପର୍ଯ୍ୟନ୍ତ ଲିଟର ପିଛା ତେଲ ଦର ୮୦ ପଇସା ବୃଦ୍ଧି ପାଇଛି ।

Get real time updates directly on you device, subscribe now.