fbpx

କାନପୁର ଏୟାରପୋର୍ଟରେ ଟଳିଲା ବଡ଼ ଦୁର୍ଘଟଣା: ଲ୍ୟାଣ୍ଡିଂ ବେଳେ ଇଞ୍ଜିନରେ ହେଲା…, ଦେଖନ୍ତୁ Video

କାନପୁର: କାନପୁର ଚକେରୀ ଏୟାରପୋର୍ଟରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ସୂଚନା ଅନୁସାରେ, ଚେନ୍ନାଇରୁ କାନପୁର ପହଞ୍ଚିଥିବା କୋଷ୍ଟଗାର୍ଡର ଡର୍ନିଅର୍ ବିମାନ ଅବତରଣ କରିବା ପରେ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନ ଅବତରଣ ସମୟରେ ଏହାର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଏହି କାରଣରୁ ବିମାନ ଅବତରଣ କରିବା ପରେ ମଧ୍ୟ ଅଟକି ନଥିଲା ଏବଂ ରନୱେରୁ ଚାଲିଗଲା । ରନୱେରେ ଦୀର୍ଘ ସମୟ ଚାଲିବା ପରେ ବିମାନଟି କିଛି ପିଲର ସହ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ କୌଣସି ମୃତାହତର ଖବର ମିଳିନାହିଁ । ଏହି ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବିମାନବନ୍ଦରର ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଅନୁସାରେ, ବିମାନଟି ଅବତରଣ କରୁଥିବା ବେଳେ ବାମ ଇଞ୍ଜିନଟି କାମ କରିବା ବନ୍ଦ କରିଥିଲା । ଏଥିପାଇଁ ପାଇଲଟ୍ ଯେମିତି ବିମାନଟିକୁ ଅବତରଣ କରିଥିଲେ, ସେବେ ତାହା ଡାହାଣ ଆଡକୁ ଚାଲିଗଲା ଓ ଧକ୍କା ହେଲା । ଦୁର୍ଘଟଣା ପରେ ବିମାନରେ କୌଣସି ବଡ଼ କ୍ଷତି ହୋଇନଥିବା ଜଣାପଡିଛି । କୁହାଯାଉଛି ଯେ, ଏହି ଦୁର୍ଘଟଣାଟି ମଙ୍ଗଳବାର ଦିନ ହୋଇଥିଲା, ଯାହାର ଭିଡିଓ ଆଜି ସାମ୍ନାକୁ ଆସିଛି ।

Get real time updates directly on you device, subscribe now.