fbpx

(Video) ଆଖି ସାମ୍ନାରେ ବିଶାଳକାୟ ଅଜଗରକୁ ଗିଳିଦେଲା ନାଗସାପ, ଭିଡିଓ ଦେଖିବା ପରେ ଟାଙ୍କୁରୀ ଉଠିବ ଲୋମ

Advertisement

ନୂଆଦିଲ୍ଲୀ: ଅଜଗର ଏବଂ କୋବ୍ରା ଦୁହେଁ ସାପ ପ୍ରଜାତିର ସବୁଠାରୁ ଭୟଙ୍କର ପ୍ରାଣୀ । ଅଜଗର ଅଣ-ବିଷାକ୍ତ ସାପ ଅଟେ । କାରଣ ତା ପାଖରେ ବିଷାକ୍ତ ଦାନ୍ତ ନଥାଏ । ହେଲେ ତାକୁ ଯେତେବେଳେ ବିପଦ ଅନୁଭବ ହୁଏ, ସେତେବେଳେ ସେ ଅନ୍ୟମାନଙ୍କ ଜୀବନ ବିପଦରେ ପକାଇଦିଏ । ଅପରପକ୍ଷେ ନାଗ ବିଷାକ୍ତ ସାପ ଅଟେ । ନାଗ ଏକ ସାଙ୍ଗରେ ଏତେ ବିଷ ବାହାର କରିପାରିବ ଯେଉଁଥିରେ ୨୦ ଜଣ ଲୋକଙ୍କ ଜୀବନ ଚାଲିଯିବ । ହେଲେ ଭାବନ୍ତୁ ଯଦି ଏହି ଦୁଇ ସାପ ଏକାଠି ହୁଅନ୍ତି ତେବେ କିଏ କାହା ଉପରେ ଭାରି ପଡିବ? ତେବେ ଆସନ୍ତୁ ଜାଣିବା..

ଏଇ କିଛିଦିନ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏକ ବିଶାଳକାୟ ଅଜଗରକୁ ନାଗ ସାପ ଗିଳିଦେଉଛି । ଏହି ଘଟଣା କର୍ଣ୍ଣାଟକର ମୈସୁରରେ ଦେଖିବାକୁ ମିଳିଛି । ଏଠାରେ ଏକ ତିନି ଫୁଟର ଏକ ବିଶାଳ ଅଜଗରକୁ ନାଗ ଦେଖୁଦେଖୁ ଗିଳିପକାଇଲା । ନାଗ ସାପର ବିଷରେ ଅଜଗର ସାପର ଜୀବନ ଚାଲିଯାଇଛି ।

ଅଜଗରର ମୃତ୍ୟୁ ପରେ କୋବ୍ରା ଏହାକୁ ଗିଳି ଦେବା ସହଜ ହୋଇଗଲା। ସାପମାନଙ୍କର ବହୁତ ଶକ୍ତି ଅଛି, ଯେଉଁଥିରେ ସେମାନେ ନିଜଠାରୁ ବଡ଼ ଶିକାରକୁ ଗିଳିବାକୁ ସକ୍ଷମ ହୋଇଥାନ୍ତି। କିଙ୍ଗ କୋବ୍ରା ଦୁନିଆର ସବୁଠାରୁ ବିଷାକ୍ତ ସାପ ବୋଲି ବିବେଚନା କରାଯାଏ। ଏହାର ଲମ୍ବ ୧୮ ଫୁଟ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଥିବା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

କେହି ବିଶ୍ୱାସ କରିପାରିବେ ନାହିଁ ଯେ, ଏକ କୋବ୍ରା ଏକ ବିଶାଳ ଅଜଗରକୁ ହତ୍ୟା କରିପାରିବ। ଯେତେବେଳେ କୋବ୍ରା ଏବଂ ଅଜଗର ମଧ୍ୟରେ ଝଗଡା ହୋଇଥିଲା, ନିକଟରେ ଉପସ୍ଥିତ କିଛି ଲୋକ ଏହାର ଭିଡିଓ ରେକର୍ଡ କରିଥିଲେ, ଯାହା ସୋସିଆଲ୍ ପ୍ଲାଟଫର୍ମରେ ଅଧିକରୁ ଅଧିକ ଭାଇରାଲ ହେବାରେ ଲାଗିଛି।

Get real time updates directly on you device, subscribe now.