fbpx

ରେପ୍, ବ୍ଲାକମେଲ୍, ଟୁ ଫିଙ୍ଗର୍ ଟେଷ୍ଟ୍…. ଲେଫ୍ଟିନାଣ୍ଟଙ୍କ ଉପରେ ଆଇଏଏଫ ମହିଳା ଅଫିସର୍ ଆଣିଲେ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜଣେ ମହିଳା ଅଧିକାରୀ ନିକଟରେ ନିଜ ସହଯୋଗୀ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, କୋୟମ୍ବଟୁର୍ ଆଇଏଏଫ୍ ସଂସ୍ଥାର ପ୍ରଶିକ୍ଷଣ ପାଠ୍ୟକ୍ରମ ସମୟରେ ତାଙ୍କ ସହିତ ଦୁଷ୍କର୍ମ କରାଯାଇଥିଲା । ଏନେଇ ଯେତେବେଳେ ମହିଳା ଅଧିକାରୀ ଜଣକ ପୋଲିସ୍ ପାଖରେ ଅଭିଯୋଗ କରିଥିଲେ ଅଧିକାରୀ ମାନେ ତାଙ୍କୁ କେସ୍ ଫେରାଇ ନେବାକୁ କହିଥିଲେ ଓ ତାଙ୍କର ଟୁ ଫିଙ୍ଗର ଟେଷ୍ଟ ମଧ୍ୟ କରାଗଲା । ଯାହା ଉପରେ ସୁପ୍ରିମକୋର୍ଟ ପୂର୍ବରୁ ହିଁ ରୋକ୍ ଲଗାଇ ଦେଇଛନ୍ତି ।

ସେପ୍ଟେମ୍ବର ୨୬ ତାରିଖରେ ଫ୍ଲାଇଟ୍ ଲେଫ୍ଟିନାଣ୍ଟ ଅମିତେଶ ହରମୁଖଙ୍କୁ କୋଏମ୍ବଟୁର୍ ରେ ଅଲ୍ ଉମେନ୍ ପୋଲିସ୍, ମହିଳା ଆଇଏଏଫ୍ ଅଧିକାରୀଙ୍କ ଅଭିଯୋଗ ଆଧାରରେ ଗିରଫ କରାଯାଇଥିଲା । ତେବେ ଉକ୍ତ ମହିଳା ଆହୁରି ବି ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ବ୍ଳାକମେଲ୍ ବି କରାଯାଉଥିଲା ।

ପୀଡ଼ିତା କହିଛନ୍ତି ଯେ, ସେପ୍ଟେମ୍ବର ୧୦ ତାରିଖରେ ତାଙ୍କ ଗୋଡରେ କ୍ଷତ ହୋଇଥିଲା । ତେଣୁ ସେ ଯନ୍ତ୍ରଣାକୁ କାଟିବା ପାଇଁ ଔଷଧ ଖାଇଥିଲେ । ସେହି ଦିନ ରାତିରେ ସାଙ୍ଗ ମାନଙ୍କ ସହ ମିଶି ମଦ ପିଇଥିଲେ ଯାହାର ଶେଷ ଗ୍ଲାସ୍ ଅଭିଯୁକ୍ତ ତାଙ୍କୁ ଦେଇଥିଲେ । ଏହାପରେ ତାଙ୍କ ମୁଣ୍ଡ ବୁଲାଇଥିଲେ ଓ ସେ ବେହୋସ୍ ହୋଇଯାଇଥିଲେ । ତେଣୁ ତାଙ୍କ ସାଙ୍ଗ ମାନେ ତାଙ୍କୁ ରୁମ୍ ରେ ଶୁଆଇ ଦେଇଥିଲେ । ପରେ ଅଭିଯୁକ୍ତ ଜଣକ ଆସି ତାଙ୍କ ସହିତ ଦୁଷ୍କର୍ମ କରିଥିଲା ।

ଏହାପର ଦିନ ପୀଡ଼ିତାଙ୍କ ସାଙ୍ଗ ମାନେ ଅମିତେଶ ତାଙ୍କ ରୁମ୍ ରେ ଥିବା ନେଇ ସୂଚନା ଦେଇଥିଲେ । ତେଣୁ ପୀଡ଼ିତାଙ୍କ ସନ୍ଦେହ ହୋଇଥିଲା ଯେ, ସେ ହିଁ ଦୁଷ୍କର୍ମ କରିଥାଇପାରନ୍ତି । ଏହାପରେ ପୀଡ଼ିତା ଏସମ୍ପର୍କରେ ଅମିତେଶଙ୍କୁ ପଚାରିିଥିଲେ ଓ ଅଭିଯୁକ୍ତ ମାନିଥିଲା । ନିଜ ଦୋଷ ସ୍ୱୀକାର କରିଥିଲା । ପୀଡ଼ିତା କହିଛନ୍ତି ଯେ, ତାଙ୍କ ଅସଲ ସଂଘର୍ଷ ସେତେବେଳେ ଆରମ୍ଭ ହେଲା ଯେତେବେଳେ ସେ ପୋଲିସ୍ ଅଧିକାରୀଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିଥିଲେ ।

କାରଣ ଅଧିକାରୀ ମାନେ ତାଙ୍କୁ ଅଭିଯୋଗ ଫେରାଇ ନେବା ପାଇଁ କହିଥିଲେ । ଅଭିଯୋଗ କରିବା ପରେ ଆଗକୁ ବଢ଼ିବା ନେଇ ନିଷ୍ପତି ନେବା ପରେ ତାଙ୍କୁ ଆହୁରି ଆଘାତ ର ସାମନା କରିବାକୁ ପଡ଼ିଲା । କାରଣ ଭାରତୀୟ ବାୟୁସେନାର ଡାକ୍ତର ମାନେ ଅଭିଯୁକ୍ତର ଭିଡିଓ ରେକର୍ଡିଂ ନେଇ ଦାବି କରିଥିଲେ ଓ ଟୁ ଫିଙ୍ଗର୍ ଟେଷ୍ଟ କରିବାକୁ କହିଥିଲେ । ଯାହା ଉପରେ ସୁପ୍ରିମକୋର୍ଟୁ ପ୍ରତିବନ୍ଧକ ଲଗାଇଛନ୍ତି ।

Get real time updates directly on you device, subscribe now.