fbpx

୪ ବର୍ଷର ଶିଶୁର ନାକରେ ଫସିଥିଲା ଏକ କଏନ୍, ୧୦ ବର୍ଷ ପରେ ନାକରୁ ହଠାତ୍ ବାହାରି ଆସିଲା ସେଇ ପୁରୁଣା କଏନ୍

ନୂଆଦିଲ୍ଲୀ: ଆଜିକାଲି ଆମ ଚାରିପାଖରେ ଅନେକ ସମୟରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ ଜାଣିବା ପରେ ସହଜରେ ବିଶ୍ୱାସ କରିହୁଏ ନାହିଁ । ଗୋଟିଏ ୧୪ ବର୍ଷର ବାଳକ ଛିଙ୍କୁଥିବା ସମୟରେ ତା’ ନାକରୁ ବାହାରିଥିଲା ଏକ କଏନ୍ । କଏନଟି ନାକରୁ ବାହାରିବା ପରେ ବାଳକ ଜଣଙ୍କ ଏବେ ସୁସ୍ଥ ଅନୁଭବ କରୁଥିବା ଜଣାପଡ଼ିଛି ।

ଜଣାପଡ଼ିଛି ଯେ, ୪ ବର୍ଷ ବୟସରେ ଉକ୍ତ ବାଳକଙ୍କ ନାକରେ ଏକ କଏନ ଫସିଯାଇଥିଲା । ଏହାପରେ ନାକରେ ଘା’ ହେବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ । ମାତ୍ର ଡାକ୍ତର କଏନର କୌଣସି ପତ୍ତା ପାଇ ପାରି ନଥିଲେ । ତେବେ ଏହାମଧ୍ୟରେ ୧୦ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲା । ଏବେ ଉମରଙ୍କୁ ୧୪ ବର୍ଷ ବୟସ ହୋଇଥିବା ବେଳେ ସେ ପୂର୍ବାପେକ୍ଷା ଅଧିକ ଯନ୍ତ୍ରଣା ଭୋଗୁଥିଲେ ।

ତେବେ ନିକଟରେ ଉମର ଦୁଇ କାନକୁ କପଡ଼ାରେ ବନ୍ଦ କରିଦେଇଥିଲେ । ଏହାପରେ ବାମ ପଟ ନାକପୁଡ଼ାରେ ନିଃଶ୍ୱାସ ବନ୍ଦ କରି ଡାହାଣ ପଟ ନାକପୁଡ଼ାରେ ନିଃଶ୍ୱାସ ନେଇଥିଲେ । ଏହି ସମୟରେ ଏକ ଛିଙ୍କ ଆସିଥିଲା ଓ ଉମରଙ୍କ ନାକରୁ ହଠାତ୍ ଏକ କଏନ ବାହାରକୁ ଚାଲି ଆସିଥିଲା । ତେବେ ଏହାପରେ ଉମରଙ୍କ ପରିବାର ବର୍ଗ କଏନ ବାହାରିଥିବା କଥାକୁ ସହଜରେ ବିଶ୍ୱାସ କରି ନଥିଲେ । ୧୦ ବର୍ଷ ଧରି ଗୋଟିଏ ଛୋଟ ବାଳକର ନାକରେ କଏନ ଫସି ରହିବା ରହିବା ଓ ପରେ ବାହାରିବା କଥାଟି ସମସ୍ତଙ୍କୁ ଚକିତ କରିଦେଇଛି ।

Get real time updates directly on you device, subscribe now.