fbpx

କୋଲ ଡ୍ରିଙ୍କସ୍‌ ପିଉଥିଲେ ହୋଇଯାଆନ୍ତୁ ସାବଧାନ, ଏହା ଆପଣଙ୍କ ମୃତ୍ୟୁର କାରଣ ହୋଇପାରେ : ରିସଚ୍ଚର୍ସରୁ ହେଲା ସ୍ପଷ୍ଟ

Advertisement

ନୂଆଦିଲ୍ଲୀ : ଥଣ୍ଡା ପାନୀୟ ବା କୋଲ ଡ୍ରିଙ୍କସ୍‌ ପିଉଛନ୍ତି କି ? ଯଦି ନେଉଛନ୍ତି ସାବଧାନ ହୋଇଯାଆନ୍ତୁ । କାରଣ ଏହା ଆପଣଙ୍କ ହୃଦ୍‌ଘାତ, ହୃଦୟ ରୋଗ ଓ ମୃତ୍ୟୁର କାରଣ ହୋଇପାରେ । ଯଦି ଆପଣ ଚିନିର ବିକଳ୍ପ ଭାବେ ଆର୍ଟିଫିସିଆଲ ମିଠାଯୁକ୍ତ ଖାଦ୍ୟ ନେଉଛନ୍ତି ଓ ସାଧାରଣ ପାନୀୟ ବଦଳରେ ଡାଏଟ ଡ୍ରିଙ୍କସ୍‌ (ଥଣ୍ଡା ପାନୀୟ) ନେଉଛନ୍ତି ତେବେ ତ ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ରହିଛି ବଡ଼ ବିଦ । ୫୦ରୁ ୫୯ ବର୍ଷର ୮୦ ହଜାର ମହିଳାଙ୍କ ଉପରେ କରାଯାଇଥିବା ଏକ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି ।

ଆଲବର୍ଟ ଆଇନଷ୍ଟାଇନ କଲେଜ ଅଫ୍‌ ମେଡିସିନ ସେଣ୍ଟରରେ ୧୨ ବର୍ଷ ଧରି ହୃଦଘାତକୁ ନେଇ ଏହି ସର୍ଭେ କରାଯାଇଥିଲା । ରିସଚ୍ଚର୍ସଙ୍କ କହିବା ଅନୁସାରେ ଦିନକୁ ଦୁଇରୁ ଅଧିକ ଥର ଥଣ୍ଡା ପାନୀୟ ପିଉଥିବା ମହିଳାଙ୍କ କ୍ଷେତ୍ରରେ ଇସ୍କୋମିକ ଷ୍ଟ୍ରୋକର ବିପଦ ବଢ଼ି ଯାଇଥାଏ । ଏଥିରେ କୁହାଯାଇଛି ୫.୧ ପ୍ରତିଶତ ମହିଳା ଏମିତି ଥିଲେ ଯେଉଁମାନେ ଦୁଇରୁ ଅଧିକ ଥର ଥଣ୍ଡା ପାନୀୟ ନେଉଥିଲେ । ଏମାନଙ୍କ କ୍ଷେତ୍ରରେ ହୃଦଘାତର ସମ୍ଭାବନା ଅଧିକ ରହିଛି ।

Get real time updates directly on you device, subscribe now.