ପିଲାଙ୍କ ଜୀବନ ପାଇଁ ବିପଦ Cold drinks, Artificial colours ସାଜିପାରେ କାଳ
ପିଲାଙ୍କ ପାଇଁ ବିପଦପୂର୍ଣ୍ଣ କି କୋଲଡ୍ରିଙ୍କସ?
ଓଡିଶାଭାସ୍କର: କ୍ୟାଣ୍ଡି ଠାରୁ ଆରମ୍ଭ କରି ରଙ୍ଗୀନ ପାନୀୟ ପର୍ଯ୍ୟନ୍ତ, ଆଜିକାଲି ସବୁଥିରେ କୃତ୍ରିମ ରଙ୍ଗ ଦେଖାଯାଉଛି, ଯାହା ଦ୍ୱାରା ଖାଦ୍ୟ ଆକର୍ଷଣୀୟ ତ ଦେଖାଯାଇଥାଏ କିନ୍ତୁ ତାହା ପିଲାଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ।
ଥରେ ଭାବନ୍ତୁ ଯାହା ଆମେ ଖାଉଛେ , ତାହା କେବଳ ସ୍ୱାଦିଷ୍ଠ ହୋଇନଥାଏ ବରଂ ରଙ୍ଗ ବେରଙ୍ଗର ମଧ୍ୟ ହୋଇଥାଏ। ତାରକାରିଠୁ ଠୁ ଆରମ୍ଭ କରି କଲରଫୁଲ ପାନୀୟ ପର୍ଯ୍ୟନ୍ତ ଆଜିକାଲି ସବୁଥିରେ କୃତ୍ରିମ ରଙ୍ଗ ଦେଖାଯାଉଛି, ଯାହା ଖାଦ୍ୟକୁ ବହୁତ ଆକର୍ଷଣୀୟ କରିଥାଏ। କିନ୍ତୁ ଏହି ରଙ୍ଗଗୁଡ଼ିକ ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ।
ରାସାୟନିକ ପଦାର୍ଥ ଯୁକ୍ତ ଏହି ରଙ୍ଗ ଖାଦ୍ୟକୁ ରଙ୍ଗୀନ ଏବଂ ଆକର୍ଷଣୀୟ କରିବା ପାଇଁ ସେଥିରେ ମିଶାଯାଇଥାଏ। କିଛି ରଙ୍ଗ ପ୍ରାକୃତିକ ହୋଇଥାଏ ତ କିଛି କାରଖାନାରେ ତିଆରି ହୋଇଥାଏ। ଯେପରିକି ବିଟ, ହଳଦୀ, ସବୁଜ-କ୍ଲୋରୋଫିଲ ଇତ୍ୟାଦି ପ୍ରାକୃତିକ ରଙ୍ଗଯୁକ୍ତ ଖାଦ୍ୟ ଯାହା ସାଧାରଣତଃ ନିରାପଦ ହୋଇଥାଏ। କିନ୍ତୁ କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ଯଥା :କ୍ୟାଣ୍ଡି, କୋଲଡ୍ରିଙ୍କସ, ଅନ୍ୟାନ୍ୟ ରଙ୍ଗ ମିଶୁଥିବା ଖାଦ୍ୟ ଯାହା କାରଖାନାରେ ତିଆରି ହୋଇଥାଏ, ତାହା ଦେଖିବାକୁ ତ ଆକର୍ଷଣୀୟ ହୋଇଥାଏ କିନ୍ତୁ ସେସବୁ ଦେହ ପ୍ରତି ବହୁତ ଖରାପ ହୋଇଥାଏ।
ଏସବୁ ଛୋଟ ଛୁଆ ସାଧାରଣତଃ ବୁଝିପାରିନଥାନ୍ତି, ସୁନ୍ଦର ଦେଖାଯାଉଥିବାରୁ ସେମାନେ ସେହି ସବୁ ଖାଦ୍ୟ ପ୍ରତି ବହୁତ ଆକର୍ଷିତ ହୋଇଥାନ୍ତି ଏବଂ ତାହାକୁ ଖାଇବାକୁ ଜିଦ୍ଦି କରିଥାନ୍ତି । ଏହି ରଙ୍ଗ ଦ୍ୱାରା କିଛି ପିଲାଙ୍କୁ ଆଲର୍ଜି ହେବାର ବେଶ ସମ୍ଭାବନା ଥାଏ। ଯାହାଦ୍ୱାରା ଦେହରେ ଫଳିଯିବା, ପେଟ ଜନିତ ସମସ୍ୟା ଇତ୍ୟାଦି ଦେଖାଦେଇଥାଏ। ତେଣୁ ଏହା ପ୍ରତି ପିତା ମତା ମାନେ ଧ୍ୟାନ ଦେବା ଉଚିତ ଏବଂ ଯଦି ସେମିତି କିଛି ହେଉଛି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।