ସମ୍ବଲପୁରରେ ବର୍ଷେ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରା ବନ୍ଦ, ଶାନ୍ତି କମିଟି ବୈଠକରେ ନିଷ୍ପତ୍ତି

ସମ୍ବଲପୁର: ଗତ ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ହୋଇଥିବା ହିଂସା ପ୍ରସଙ୍ଗକୁ ନେଇ ଆସିଲା ବଡ ଖବର। ସମ୍ବଲପୁରରେ ଆଗାମୀ ୧ବର୍ଷ ପାଇଁ ସମସ୍ତ ଧାର୍ମିକ ଶୋଭାଯାତ୍ରା ବନ୍ଦ ରହିବ। ତେବେ ଗୁରୁବାର ହୋଇଥିବା ଶାନ୍ତି କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏନେଇ ସମ୍ବଲପୁର ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି।

ତେବେ କିଛିଦିନ ତଳେ ହନୁମାନ ଜୟନ୍ତୀକୁ କେନ୍ଦ୍ର କରି ସମ୍ବଲପୁରରେ ଦଙ୍ଗା ସୃଷ୍ଟି ହୋଇଥିଲା। ଗାଡିମଟର ଭଙ୍ଗାରୁଜା, ରାସ୍ତା ଘାଟ ଜଳାପୋଡା ହେବା ସହ ସହରରେ କର୍ଫ୍ୟୁ ଲାଗିଥିଲା। ଏହା ସହ ଅନେକ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତେବେ ଆଗକୁ ଏଭଳି ପରିସ୍ଥିତି ନଉପୁଜେ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି।