fbpx

ରାଜଧାନୀରେ କଲେଜ ଛାତ୍ରଙ୍କ ଆତ୍ମହତ୍ୟା: ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ୱର: ଆଜିକାଲି ରାଜ୍ୟରେ ହତ୍ୟା ଆତ୍ମହତ୍ୟା ଅଦି ଘଟଣା ବଢିବାରେ ଲାଗିଛି । ବିଗତ କିଛି ଦିନ ହେବ ରାଜ୍ୟରେ ଆତ୍ମହତ୍ୟା ଏକ ଟ୍ରେଣ୍ଡ ପାଲଟି ଯାଇଛି । କିଏ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରୁଛି ତ ଆଉ କିଏ ମାନସିକ ଅଶାନ୍ତି କୁ ନେଇ ଆତ୍ମ ହତ୍ୟା କରୁଛି । ଏହାରି ମଧ୍ୟରେ ପୁଣି ରାଜଧାନୀ ଭୁବନେଶ୍ୱରରେ ଜଣେ କଲେଜ ଛାତ୍ର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ଗୋଠପାଟଣାରେ ଥିବା ଏକ ଘରୋଇ କଲେଜରେ ଜଣେ +୨ ଛାତ୍ର ଆତ୍ମହତ୍ୟା କରିଛନ୍ତି । ତେବେ ମୃତ୍ୟୁବରଣ କରିଥିବା ଛାତ୍ରଙ୍କ ନାମ ସୂର୍ଯ୍ୟ ପ୍ରକାଶ ପଲାଇ ଏବଂ ସେ +୨ ପ୍ରଥମ ବର୍ଷର ଛାତ୍ର ଥିଲେ ।

ପୁଅକୁ ହତ୍ୟା କରାଯାଇଥିବା ସନ୍ଦେହ କରି ପରିବାର ଲୋକେ ଇନଫଓଭ୍ୟାଲି ଥାନାରେ ଏତଲା ଦେଇଛନ୍ତି ।
ତେବେ କିଛି ଦିନ ପୂର୍ବରୁ ବିଜେପି କଲେଜ ଛାତ୍ରୀ ରୁଚିକା ଆତ୍ମହତ୍ୟା ମାମଲା ଲୋକଙ୍କ ମନରୁ ଯାଇ ନଥିବା ବେଳେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା କଲେଜ କତ୍ତୃପକ୍ଷଙ୍କ ସମେତ ଶିକ୍ଷା ବିଭାଗର ମଧ୍ୟ ଚିନ୍ତା ବଢାଇଛି ।

Get real time updates directly on you device, subscribe now.