fbpx

ଓଡିଶାରେ ଜୁନ୍ ପହିଲାରୁ ଖୋଲିବ କଲେଜ

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା କାଳ ମଧ୍ୟରେ ସରିଛି ଖରାଦିନ ଛୁଟି । ଜୁନ୍ ପହିଲାରୁ ବିଶ୍ୱବିଦ୍ୟାଳୟ ଓ କଲେଜ ଖୋଲିବାକୁ ଯାଉଛି । ତେବେ ମେ’ ୩୧ ତାରିଖ ଯାଏ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଖରାଦିନ ଛୁଟି ଘୋଷଣା କରାଯାଇଥିଲା । ଏନେଇ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ ।

ଅନ୍ୟପଟେ ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ଏବେ ଆଗ ଅପେକ୍ଷା ହ୍ରାସ ପାଇଛି । ଗତ ୨୪ ଘଣ୍ଟା ରାଜ୍ୟରେ ୭ ହଜାର ୨୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪ ହଜାର ୦୪୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩ ହଜାର ୧୭୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୩୯,୯୫୫କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୧,୦୨,୦୭୨ ଥିବା ବେଳେ ୬,୩୫,୧୭୯ ଜଣ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.