fbpx

କୋପା ଆମେରିକା ୨୦୨୪: ସେମିରେ ହାରିଲା ଉରୁଗୁଏ, ଆର୍ଜେଣ୍ଟିନାକୁ ଫାଇନାଲରେ ଭେଟିବ କଲମ୍ବିଆ

ନୂଆଦିଲ୍ଲୀ: କୋପା ଆମେରିକା ୨୦୨୪ର ଫାଇନାଲ ପଥ ପରିଷ୍କାର ହୋଇଯାଇଛି । ପ୍ରଥମ ସେମିଫାଇନାଲରେ କାନାଡାକୁ ୨-୦ରେ ପରାସ୍ତ କରି ଆର୍ଜେଣ୍ଟିନା ଫାଇନାଲରେ ପ୍ରବେଶ କରିଥିବା ବେଳେ ଏବେ ଦ୍ୱିତୀୟ ସେମିଫାଇନାଲରେ ଉରୁଗୁଏକୁ ୧-୦ରେ ହରାଇ କଲମ୍ବିଆ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ରବିବାର ଦିନ କଲମ୍ବିଆ ଓ ଆର୍ଜେଣ୍ଟିନା ମଧ୍ୟରେ ମିଆମିଠାରେ ଫାଇନାଲ ଟକ୍କର ଦେଖିବାକୁ ମିଳିବ । ତେଣୁ ଚଳିତ ବର୍ଷର କୋପା ଆମେରିକା ଟାଇଟଲ ବିଜେତା କିଏ ହେବ ତାହାକୁ ନେଇ ଏବେ ଠାରୁ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଏହି ମ୍ୟାଚ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା । ୧୦ ଜଣ ଖେଳାଳିଙ୍କୁ ନେଇ କଲମ୍ବିଆ ଉଚ୍ଚକୋଟୀର ପ୍ରଦର୍ଶନ କରି ପ୍ରତିପକ୍ଷ ଉରୁଗୁଏର ଖେଳାଳିଙ୍କୁ ଚକମା ଦେବାରେ ସମର୍ଥ ହୋଇଥିଲା । ୩୯ତମ ମିନିଟରେ ଜେଫରସନ ଲର୍ମା ହେଡର କରି ଗୋଲ ସ୍କୋର କରିଥିଲେ । ଏହି ବିଜୟ ଫଳରେ ଦୀର୍ଘ ୨୩ ବର୍ଷ ପରେ କଲମ୍ବିଆ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି । ମ୍ୟାଚ ଅଧାରୁ କଲମ୍ବିଆର ଡାନିଏଲ ମୁନୋଜ ନ ଖେଳିବାରୁ ତାହା କଲମ୍ବିଆ ଉପରେ ପ୍ରବଳ ଚାପ ସୃଷ୍ଟି କରିଥିଲା । ତଥାପି କଲମ୍ବିଆ ସଫଳତା ହାସଲ କରିଥିଲା । ଅନ୍ୟପକ୍ଷରେ ଏହି ପରାଜୟ ପରେ ଉରୁଗୁଏର କୋପା ଆମେରିକା ଟାଇଟଲ ଜିତିବା ଆଶା ଚୁରମାର୍ ହୋଇଯାଇଛି । ଏହି ମ୍ୟାଚରେ ଉରୁଗୁଏର ଫରୱାର୍ଡ ଡାରୱିନ ନୁନୋଜ ୩ଟି ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲେ ।

 

Get real time updates directly on you device, subscribe now.