ବରିଷ୍ଠ ସ୍ତମ୍ଭକାର ପାବକ କାନୁନଗୋଙ୍କ ପରଲୋକ

କଟକ: ସ୍ତମ୍ଭକାର ପାବକ କାନୁନଗୋଙ୍କ ଦେହାନ୍ତ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି। ବରିଷ୍ଠ ସ୍ତମ୍ଭକାର ପାବକ କାନୁନଗୋଙ୍କର ୭୯ ବର୍ଷ ବୟସରେ ଦେହାନ୍ତ ହୋଇଥିବାର ସୂଚନା ରହିଛି। କଟକ ସିଡିଏ ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ସେ ଖ୍ରୀଷ୍ଟ କଲେଜର ରାଜନୀତି ବିଜ୍ଞାନ ବିଭାଗର ପ୍ରଧ୍ୟାପକ ଥିଲେ।

ସ୍ତମ୍ଭକାର ପାବକ କାନୁନଗୋ ନିଜ ଜୀବନରେ ଅନେକ ପୁସ୍ତକ ଲେଖିଛନ୍ତି, ସେଥିମଧ୍ୟରୁ ‘ଓଡ଼ିଶା ଓ ଗାନ୍ଧୀ’ ଅନ୍ୟତମ। ଓଡ଼ିଶା ସହ ମହାତ୍ମା ଗାନ୍ଧୀଙ୍କ ସଂପର୍କ କଣ ଥିଲା, ସେହି କଥାକୁ ସେ ବିସ୍ତୃତ ଭାବେ ଏହି ପୁସ୍ତକରେ ଆଲୋଚା କରିଛନ୍ତି। ଏହି ପୁସ୍ତକରେ ଉପ୍ଲେଖ ଅଛି ଯେ, ୧୯୨୧ରୁ ୧୯୪୭ ମସିହା ମଧ୍ୟରେ ମହାତ୍ମା ଗାନ୍ଧୀ ଅନେକଥର ଓଡ଼ିଶା ଆସିଛନ୍ତି। ଏଠାକାର ସମସ୍ୟାରେ ଗାନ୍ଧୀ ନିଜକୁ ଅବଗତ କରାଇଥିବା ସହ ସମାଧାନର ସୂତ୍ର ମଧ୍ୟ ବାହାର କରିବା ପାଇଁ ଉଦ୍ୟମ କରିଥିବା କଥା ଏହି ପୁସ୍ତକରେ ଉଲ୍ଲେଖ ରହିଛି।