ଆଉ ନାହାଁନ୍ତି ଏହି ଫେମସ୍ ଅଭିନେତା, ଅର୍ଥ ଅଭାବରୁ ଚାଲିଗଲା ଜୀବନ

ଆଉ ନାହାଁନ୍ତି ଏହି ହାସ୍ୟ ଅଭିନେତା । ଅର୍ଥ ଅଭାବରୁ ମାତ୍ର 53 ବର୍ଷ ବୟସରେ ଚାଲିଗଲା ଜୀବନ ।

ତେଲେଙ୍ଗାନା: ଆଉ ନାହାଁନ୍ତି ଏହି ହାସ୍ୟ ଅଭିନେତା । ଅର୍ଥ ଅଭାବରୁ ମାତ୍ର 53 ବର୍ଷ ବୟସରେ ଚାଲିଗଲା ଜୀବନ । ତାଙ୍କର କମେଡି ଅଭିନୟ ପାଇଁ ସେ ଘରେ ଘରେ ଲୋକପ୍ରିୟ । ସେ ହେଉଛନ୍ତି ତେଲୁଗୁ ସିନେମାର ପ୍ରବୀଣ ତଥା  ହାସ୍ୟ ଅଭିନେତା ଫିଶ୍ ଭେଙ୍କଟ । ଯାହାଙ୍କର ପ୍ରକୃତ ନାମ ଭେଙ୍କଟ ରାଜ । ସେ 18 ଜୁଲାଇ, 2025 ରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି ।ଟ

ଅଭିନେତା କିଛି ମାସ ଧରି କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ । ସେ ଡାଏଲିସିସ୍ କରୁଥିଲେ ଏବଂ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଭେଙ୍କଟଙ୍କୁ କିଡନୀ ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ଥିଲା । ଯାହା ପାଇଁ ସେ ପବନ କଲ୍ୟାଣ ଏବଂ ବିଶ୍ୱକ ସେନଙ୍କଠାରୁ ଆର୍ଥିକ ସହାୟତା ପାଇଥିଲେ। କିନ୍ତୁ, କାହାର ସାମ୍ପୁଲ ମ୍ୟାଚ୍ ହୋଇନଥିଲା ଏବଂ କିଡନୀ ଫେଲୁଅର ଯୋଗୁଁ ତାଙ୍କର ମୃତ୍ୟୁ ହେଲା।

ସେ ‘ଗବ୍ବର ସିଂହ’ ଏବଂ ‘ଡିଜେ ଟିଲ୍ଲୁ’ ରେ ତାଙ୍କ ଅଭିନୟ ପାଇଁ ଜଣାଶୁଣା ଥିଲେ। ଫିଶ୍ ଭେଙ୍କଟ୍ ତାଙ୍କ ହାସ୍ୟ ଭୂମିକା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ପ୍ରସିଦ୍ଧ ଥିଲେ।

fish venkat

ଆର୍ଥିକ ସଙ୍କଟ ଯୋଗୁଁ ଅଭିନେତାଙ୍କ ମୃତ୍ୟୁ

ସୂଚନାନୁଯାୟୀ, କିଡନୀ ଫେଲ୍ ହେବା କାରଣରୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଭେଙ୍କଟ୍ । ତେଣୁ ଡାକ୍ତରମାନେ କିଡନୀ ପ୍ରତିରୋପଣ କରିବାକୁ ତାଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ଆର୍ଥିକ ସ୍ଥିତି ସୁଦୃଢ ନଥିବା ଯୋଗୁଁ  ପରିବାର ଲୋକ ଉପଯୁକ୍ତ ଚିକିତ୍ସା ଦେଇପାରିନଥିଲେ । ତାଙ୍କ ଝିଅ ଶ୍ରାବନ୍ତି ଆବେଦନ କରି କହିଥିଲେ ଯେ ସେମାନେ କିଡନୀ ପ୍ରତିରୋପଣ ପାଇଁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସାହାଯ୍ୟ ଖୋଜୁଥିଲେ । ଯାହା ତାଙ୍କ ଜୀବନ ପାଇଁ ଆବଶ୍ୟକ । ଅର୍ଥ ଅଭାବରୁ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡିବାରେ ଲାଗିଲା । ଫଳରେ ସେ ଗତକାଲି ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।

ଖଳନାୟକ ଏବଂ ହାସ୍ୟ ଅଭିନେତା ଭାବରେ ଜଣାଶୁଣା

ଯଦି ତାଙ୍କ କ୍ୟାରିୟର କଥା କୁହାଯାଏ ତେବେ ସେ ବିଶେଷ କରି ହାସ୍ୟ ଅଭିନେତା ଭାବେ ବେଶ୍ ଜଣାଶୁଣା ଥିଲେ । ତାଙ୍କୁ ଖାସ୍ କରି ତେଲେଙ୍ଗାନା ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଦେଖିବାକୁ ମିଳିଥିଲା । ୨୦୦୦ମସିହାରେ ରିଲିଜ୍ ହୋଇଥିବା ’ସମ୍ମାକ୍କା ସାରକ୍କା’ରୁ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ପ୍ରାୟତଃ ନେଗେଟିଭ୍ ଭୂମିକାରେ ଅଭିନୟ କରୁଥିଲେ । କିନ୍ତୁ ପରେ ଦର୍ଶକଙ୍କୁ ହସାଇବା ପାଇଁ କିଛି ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ହୋଇଥିଲେ