fbpx

(Video) ଜଗତର ନାଥ ଜଗନ୍ନାଥଙ୍କୁ ଫେସବୁକରେ ଅଶ୍ଳୀଳ ଗାଳି, କାନରେ ଶୁଣି ହେବନି କି ଆଖିରେ…

ଗଜପତି(ଓଡ଼ିଶା ଭାସ୍କର): କାଳିଆ ସାଆନ୍ତକୁ ଗାଳି । ଓଡିଆଙ୍କ ଭଗବାନଙ୍କୁ ଅଶ୍ଳିଳ ଭାଷାରେ କଲେ ଗାଳି । ଏମିତି ଗାଳି ଯେ ତାକୁ ଆଖିରେ ଦେଖି ହେବନି କି କାନରେ ବି ଶୁଣି ହେବନି । ଓଡିଆଙ୍କ ଭାବାବେଗ ସହ ଖେଳିଲେ । ଜଣେ ହିନ୍ଦୁ ହୋଇ ହିନ୍ଦୁଙ୍କ ଆରାଧ୍ୟ ଦେବତାଙ୍କୁ ଫେସବୁକରେ କଲେ ଖରାପ ଭାଷାରେ ଗାଳି । ହିନ୍ଦୁତ୍ୱକୁ ଅସମ୍ମାନ, ଠାକୁରଙ୍କୁ ଅସମ୍ମାନ, ନିଜ ଜାତିକୁ ଅସମ୍ମାନ ଆଉ ନିଜ ପ୍ରଭୂଙ୍କୁ ବି ଅସମ୍ମାନ କରାଯାଇଛି । ଏବେ ଜଗାକୁ ଗାଳି କରି ଫସିଛନ୍ତି ଯୁବକ । ଆଉ ତାଙ୍କ ବିରୋଦ୍ଧରେ ଅଭିଯୋଗ ଆଣିଛନ୍ତି ଶତାଧିକ ଲୋକ ।

ଏଭଳି ଅଭାବନିୟ ଘଟଣା ଗଜପତି ଜିଲ୍ଲା ଆର. ଉଦୟଗିରି ଥାନା ଅଞ୍ଚଳରେ ଘଟିଛି । ଜଗତର ନାଥ ଜଗନ୍ନାଥଙ୍କ ବିରୋଧରେ ଫେସବୁକରେ ଅଶ୍ଳୀଳ ଭାଷା ଲେଖିବାରୁ ଯୁବକଙ୍କ ନାମରେ ଆର. ଉଦୟଗିରି ଥାନାରେ ଅଭିଯୋଗ ହୋଇଛି । ଘଟଣା ପ୍ରକାରେ ଫେସବୁକରେ ଏକ ପୋଷ୍ଟକୁ ନେଇ ମୁନା ସାମଲ ନାମକ ଜଣେ ବ୍ୟକ୍ତି ମହାପ୍ରଭୁଙ୍କ ନାମରେ ଅଶ୍ଳୀଳ ଭାଷାରେ କମେଣ୍ଟ ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ହିନ୍ଦୁ ସଂଗଠନ ଓ ବୋଲ ବାମ ସଂଗଠନ ସହିତ ଅଞ୍ଚଳବାସୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଥିଲା । ଘଟଣାଟି ଚାରିଆଡେ ପ୍ରଚାର ହେବା ପରେ କିଛି ସଂଗଠନ ଏହାକୁ ବିରୁଦ୍ଧ କରି ଉକ୍ତ ଯୁବକଙ୍କ ନାମରେ ଆର. ଉଦୟଗିରି ଥାନାରେ ଅଭିଯୋଗ କରିଥିଲେ । ଏନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ସାମାଜିକ ଗଣମାଧ୍ୟମରୁ ଉକ୍ତ ପୋଷ୍ଟଟିକୁ ହଟାଇଦେଇଛନ୍ତି ସମ୍ପୃକ୍ତ ଯୁବକ । ପୋଲିସ ଏହି ଘଟଣାରେ ଅଭିଯୁକ୍ତ ମାନସ ସାମଲକୁ ଗିରଫ କରି ଆର. ଉଦୟଗିରି ସବ୍ ଜେଲକୁ ପଠାଇଥିବା ପୋଲିସ ସୂଚନା ଦେଇଛି ।

Get real time updates directly on you device, subscribe now.