fbpx

ପେଟ୍ରୋଲ ପରେ ୧୩୫ ଟଙ୍କା ଶସ୍ତା LPG ଗ୍ୟାସ ସିଲିଣ୍ଡର, ଜାଣନ୍ତୁ ଆପଣଙ୍କ ସହରର ରେଟ୍

ନୂଆଦିଲ୍ଲୀ: ସାଧାରଣ ଜନତାଙ୍କୁ ମହଙ୍ଗା ମାଡ଼ରୁ ବଞ୍ଚାଇବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଗତ କିଛିଦିନରେ ପେଟ୍ରୋଲ-ଡିଜେଲ ଦର କମିବା ପରେ ଏବେ ଏଲପିଜି ସିଲିଣ୍ଡର ରେଟ୍ ବି ହ୍ରାସ ପାଇଛି । ୧ ଜୁନରୁ ଇଣ୍ଡିଆନ୍ ଅଏଲ ପକ୍ଷରୁ ଜାରି ହୋଇଥିବା ମୂଲ୍ୟ ଅନୁସାରେ, ୧୯ କିଲୋଗ୍ରାମର କମର୍ସିଆଲ ସିଲିଣ୍ଡର ୧୩୫ ଟଙ୍କା ଶସ୍ତା ହୋଇଛି ।

ଜୁନ୍ ୧ ରେ ମୂଲ୍ୟ ହ୍ରାସ ପରେ ଏବେ ଦିଲ୍ଲୀର କମର୍ସିଆଲ ସିଲିଣ୍ଡର ୨୩୫୪ ବଦଳରେ ୨୨୧୯ ଟଙ୍କା ହୋଇଛି । ସେହିଭଳି କୋଲକାତାରେ ୨୪୫୪ ବଦଳରେ ୨୩୨୨ ଟଙ୍କା, ମୁମ୍ବାଇରେ ୨୩୦୬ ବଦଳରେ ୨୧୭୧.୫୦ ଟଙ୍କା ଏବଂ ଚେନ୍ନାଇରେ ୨୫୦୭ ବଦଳରେ ୨୩୭୩ ଟଙ୍କା ହୋଇଛି । ଏହାପୂର୍ବରୁ ମେ ୧ ରେ ଏହାର ମୂଲ୍ୟ ପ୍ରାୟ ୧୦୦ ଟଙ୍କା ବୃଦ୍ଧି ପାଇଥିଲା ।

ଅବଶ୍ୟ କମ୍ପାନୀଗୁଡିକ ପକ୍ଷରୁ ଘରୋଇ ଏଲପିଜି ମୂଲ୍ୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏହା ପୂର୍ବରୁ ସରକାର ଉଜ୍ଜ୍ୱଳା ଯୋଜନା ଅଧିନରେ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ଦେବାକୁ ଘୋଷଣା କରିଥିଲେ । ଏହି ସବସିଡି ବାର୍ଷିକ କେବଳ ୧୨ ସିଲିଣ୍ଡର ପର୍ଯ୍ୟନ୍ତ ମିଳିବ । ସରକାରଙ୍କ ଏହି ପଦକ୍ଷେପରୁ ୯ କୋଟିରୁ ଅଧିକ ଗ୍ରାହକଙ୍କୁ ଫାଇଦା ହୋଇଛି ।

ମେ ମାସରେ ଘରୋଇ ଏଲପିଜି ସିଲିଣ୍ଡରର ହାର ଦୁଇଥର ବୃଦ୍ଧି କରାଯାଇଥିଲା । ଘରୋଇ ସିଲିଣ୍ଡରର ହାର ୭ ମେ’ରେ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ସେହିପରି ମେ’ ୧୯ ରେ ଘରୋଇ ଏଲପିଜି ମୂଲ୍ୟରେ ପରିବର୍ତ୍ତନ ହୋଇଥିଲା ।

Get real time updates directly on you device, subscribe now.