fbpx

ଆନନ୍ଦ ମୃତ୍ୟୁ ମାମଲା: ଅଲିମ୍ପିଆନ ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ଦେଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଫେବୃଆରୀ ମାସରେ ଅଲିମ୍ପିଆନ ବିରେନ୍ଦ୍ର ରହୁଥିବା ଫ୍ଲାଟରୁ ତାଙ୍କ ବନ୍ଧୁ ଆନନ୍ଦ ଟପ୍ପୋଙ୍କ ମୃତଦେହ ମିଳିଥିଲା । ବିବାହ କରିବାର କିଛିଦିନ ପରେ ଭୁବନେଶ୍ୱର ବୁଲିବାକୁ ଯାଇଥିବା ବେଳେ ସେଠାରୁ ରାଉରକେଲା ଫେରିବା ଦିନ ସକାଳୁ ଆନନ୍ଦଙ୍କର ମୃତଦେହ ଉକ୍ତ ଫ୍ଲାଟରୁ ଉଦ୍ଧାର ହୋଇଥିଲା । ଏହି ମୃତ୍ୟୁ ପଛରେ ବିରେନ୍ଦ୍ର ଓ ତାଙ୍କ ବାନ୍ଧବୀ ମନଜିତ ଟେଟେଙ୍କ ହାତ ଥିବା ଆନନ୍ଦଙ୍କ ପରିବାର ପକ୍ଷରୁ ସାଂଘାତିକ ଅଭିଯୋଗ ଆସିଥିଲା ।

ତେବେ ଏହି ମାମଲାରେ ଆଜି ଏକ ବଡ଼ ଅପଡେଟ୍ ଆସିଛି । କୋର୍ଟରେ କମିଶନରେଟ୍ ପୋଲିସ ରିପୋର୍ଟ ଦାଖଲ କରିଛି । ବିରେନ୍ଦ୍ରଙ୍କଙ୍କୁ କମିଶନରେଟ୍ ପୋଲିସ କ୍ଲିନଚିଟ୍ ଦେଇଛି । ଆନନ୍ଦଙ୍କ ମୃତ୍ୟୁକୁ ପୋଲିସ ପକ୍ଷରୁ ଆତ୍ମହତ୍ୟା ଦର୍ଶାଯାଇଛି । ପୋଷ୍ଟମର୍ଟମ, ଭିସେରା ରିପୋର୍ଟ ଆଧାରରେ ଏହା ଆତ୍ମହତ୍ୟା ବୋଲି କୁହାଯାଇଛି । ବିରେନ୍ଦ୍ରଙ୍କ ସମ୍ପୃକ୍ତି ନେଇ ପୂର୍ବରୁ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା । ତେଣୁ ହାଇକୋର୍ଟ ମାମଲାର ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଏହି ମାମଲାରେ ଅବହେଳା ନେଇ ପୂର୍ବରୁ ହାଇକୋର୍ଟ କମିଶନରେଟ୍ ପୋଲିସ ଥାନା ଆଇଆଇସିଙ୍କୁ ଭର୍ତ୍ସନା କରିଥିଲେ । ସେଥିପାଇଁ ଇନଫୋସିଟି ଥାନା ଆଇଆଇସି ସମିତା ମିଶ୍ରଙ୍କୁ ଫିଲଡ ପୋଷ୍ଟିଂ ମନା ହୋଇଥିଲା । ଏଥିସହିତ ଏକ ମାସ ପର୍ଯ୍ୟନ୍ତ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ତାଙ୍କୁ ଟ୍ରେନିଂରେ ନେବାକୁ ପୋଲିସ କମିଶନରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାରେ ଗତବର୍ଷ ଡିସେମ୍ବର ମାସରେ ବିରେନ୍ଦ୍ର ଇନଫୋସିଟି ଥାନାରେ ହାଜର ହୋଇଥିଲେ ।

Get real time updates directly on you device, subscribe now.