fbpx

କମ୍ପାନୀର ଅଜବ ସର୍ତ୍ତ, ଚାକିର କରିବାକୁ ହେଲେ ମାନିବାକୁ ପଡିବ ଏହି ସର୍ତ୍ତ

ଆଜିକାଲି ଚାକିରି ଖଣ୍ଡିଏ ପାଇବା କଷ୍ଟକର କାମ ହୋଇଗଲାଣି । ଭଲ ଚାକିରି ଖଣ୍ଡିଏ କରି ମୋଟା ଅଙ୍କର ଦରମା ପାଇବା ସମସ୍ତଙ୍କର ଇଚ୍ଛା ଥାଏ, କିନ୍ତୁ ଯଦି ଆପଣଙ୍କ ବ୍ୟକ୍ତିଗତ ଜୀବନ ଓ ଖାଦ୍ୟ ଅଭ୍ୟାସକୁ ନେଇ କିଛି ସର୍ତ୍ତ ରଖି ଚାକିରି ଦିଆଯାଏ ତେବେ ଆପଣ କଣ କରିବେ ?

ଅବଶ୍ୟ ଆମ ଦେଶରେ ଏମିତି ସର୍ତ୍ତ ଥିବା ଚାକିରି ବାହାରେ ନାହିଁ । କିନ୍ତୁ ଆମ ପଡୋଶୀ ଦେଶ ଚୀନରେ ଏକ ଏଭଳି ଚାକିରି ବାହାରିଛି ଏବଂ ଏହି ଚାକିରି ପାଇଁ ଥିବା ସର୍ତ୍ତ ବିଷୟରେ ଜାଣିଲା ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଯେଉଁ ଦେଶରେ କୁକୁର, ବିଲେଇ, ଅସରପା , ବିଛା ଓ ସାପ ସବୁ ଖାଇଥାନ୍ତି ସେଠି ଚାକିରି ପାଇଁ ଶାକାହାରୀ ପ୍ରାର୍ଥୀ ଖୋଜାଯାଉଛି । କଥାଟା ଆପଣଙ୍କୁ ‘ଲଙ୍କାରେ ହରି ନାମ’ ଭଳି ଲାଗୁଥାଇପାରେ , କିନ୍ତୁ କଥାଟି ସମ୍ପୁର୍ଣ୍ଣ ସତ ।

ସୂଚନା ଅନୁସାରେ ଦକ୍ଷିଣ ଚୀନର ଶେନଜେନର ଏକ କମ୍ପାନୀ ଚାକିରି ପାଇଁ ଏକ ବିଜ୍ଞାପନ ବାହାର କରି ଏଭଳି ସର୍ତ୍ତ ରଖିୁଛି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏହି ବିଜ୍ଞାପନରେ ଅପରେସନ ଓ ମର୍ଚାଣ୍ଡିଜର୍ସ ପଦ ପାଇଁ ଚାକିରି ବାହାରିଛି, ଯେଉଁଥିରେ ମାସକୁ ପ୍ରାୟ ୫୦୦୦୦ୟୁଆନ ଅର୍ଥାତ ୬୦ ହଜାର ଟଙ୍କା ଦିଆଯିବ । ଏହା ସହ ରହିବା ପାଇଁ ମାଗଣା ଘର ଭଳି ସୁବିଧା ମଧ୍ୟ ଦିଆଯିବ, କିନ୍ତୁ ଏଥିପାଇଁ କମ୍ପାନୀର କିଛି ସର୍ତ୍ତ ପୂରଣ କରିବାକୁ ପଡିବ ।

ତେବେ କମ୍ପାନୀର ସର୍ତ୍ତ ଅନୁସାରେ , ଯେଉଁମାନେ ଦୟାଳୁ ଓ ଆଚରଣରେ ଭଲ ସେହି ପ୍ରାର୍ଥୀମାନେ କେବଳ ଆବେଦନ କରିପାରିବେ । ଏହାସହ ପ୍ରାର୍ଥୀ ଧୂମପାନ କିମ୍ବା ମଦ୍ୟପାନ କରୁନଥିବେ ଓ ଶାକାହାରୀ ମଧ୍ୟ ହୋଇଥିବେ । କମ୍ପାନୀର ଏଚଆର ବିଭାଗ କହିଛି ଯେ , ଯଦି ଆପଣ ମାଂସ ଖାଉଛନ୍ତି ତେବେ ଏକ ପଶୁକୁ ହତ୍ୟା କରୁଛନ୍ତି , ଯାହା ଏକ ନିଷ୍ଠୁର କାମ, ଯାହାକୁ କମ୍ପାନୀ ଗ୍ରହଣ କରେ ନାହିଁ । ତେବେ ଏହି କମ୍ପାନୀର କ୍ୟାଣ୍ଟିନରେ ଶାକାହାରୀ ଖାଦ୍ୟ ବ୍ୟତୀତ ଅନ୍ୟ ଖାଦ୍ୟ ପରିବେଷଣ କରାଯାଏ ନାହିଁ । ଯେଉଁ ମାନେ ଏଠାରେ ଚାକିରୀ କରିବେ ସାମାନଙ୍କୁ କମ୍ପାନୀର ଏହି ସର୍ତ୍ତ ମାନିବାକୁ ପଡିବ ।

Get real time updates directly on you device, subscribe now.