fbpx

କର୍ଣ୍ଣାଟକ ହେଲା ସମ୍ପୂର୍ଣ୍ଣ ଲକଡାଉନ୍‌, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବେଙ୍ଗାଲୁରୁ,୭ ।୫: କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶରେ ଦିନକୁ ୪ ଲକ୍ଷରୁ ଅଧିକ ପଜିଟିଭ ଚିହ୍ନଟ ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଅନେକ କଟକଣା ଲଗାଯାଉଛି । ଏହାରି ମଧ୍ୟରେ କର୍ଣ୍ଣାଟକ ହୋଇଛି ସମ୍ପୂର୍ଣ୍ଣ ଲକଡାଉନ୍ । ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ରାଜ୍ୟରେ ମେ’ ୧୦ ସକାଳ ୬ଟାରୁ ୨୪ ମେ ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ୍ ଲାଗୁ ହେବ । ଏହି ଅବଧି ମଧ୍ୟରେ, କେବଳ ବାଧ୍ୟତାମୂଳକ ସେବାଗୁଡିକ ଛାଡ କରାଯିବ । ଲକଡାଉନ ସମୟରେ ସମସ୍ତ ହୋଟେଲ, ପବ୍ ଓ ବାର୍ ବନ୍ଦ ରହିବ । ଭୋଜନାଳୟ, ମାଂସ ଓ ପରିବା ଦୋକନ ସକାଳ ୬-୧୦ ଭିତରେ ସଞ୍ଚାଳିତ ହୋଇପାରିବ । ଲକଡାଉନରେ ସକାଳ ୧୦ଟା ପରେ କୌଣସି ଲୋକଙ୍କୁ ଅନୁମତି ଦିଆଯିବ ନାହିଁ ।

ରାଜ୍ୟରେ କରୋନା ପରିସ୍ଥିତିକୁ ଦେଖି ଲଡାଉନ୍ ଘୋଷଣା କରାଯାଇଛି । ଏଭଳି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା କହିଛନ୍ତି ଯେ, ‘ଲକଡାଉନ ଏକ ଅସ୍ଥାୟୀ ନିଷ୍ପତ୍ତି । ଏହି ସମୟରେ ପ୍ରବାସୀ ଶ୍ରମିକ ଛାଡିକି ଯାଆନ୍ତୁ ନାହିଁ ବୋଲି ମୋର ଅନୁରୋଧ ।’

ତେବେ କର୍ଣ୍ଣାଟକରେ ଗୁରୁବାର ଦିନ କରୋନାର ୪୯,୦୫୮ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୭,୯୦,୧୦୪ କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୮ ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ଏହି ସଂକ୍ରମଣ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୧୭,୨୧୨ କୁ ବୃଦ୍ଧି ପାଇଛି। ବେଙ୍ଗାଲୁରୁର ସହରାଞ୍ଚଳରେ ୨୩,୭୦୬ ନୂତନ ସଂକ୍ରମଣ ମାମଲା ହୋଇଥିବାବେଳେ ୧୩୯ ରୋଗୀଙ୍କ ମୃତ୍ୟୁ ଘଟିଛି।

Get real time updates directly on you device, subscribe now.