fbpx

ଇଚ୍ଛା ଆଗରେ ହାର ମାନିଲା ବୟସ: ୯୮ ବର୍ଷ ବୟସରେ ମାଷ୍ଟର ଡିଗ୍ରୀ ପାସ୍ କଲେ ବୃଦ୍ଧ

ନୂଆଦିଲ୍ଲୀ, ୧୩ା୪: କୁହାଯାଏ- ଇଚ୍ଛା ଥିଲେ ସବୁକିଛି ସମ୍ଭବ । ଏପରିକି ବୟସ ମଧ୍ୟ ଦୃଢ଼ ଇଚ୍ଛା ଆଗରେ ହାର ମାନିଥାଏ । ଏହାକୁ ପ୍ରମାଣିତ କରିଛନ୍ତି ବିହାରରେ ରହୁଥିବା ୯୮ ବର୍ଷୀୟ ବୃଦ୍ଧ ରାଜ କୁମାର ବୈଶ୍ୟ । ବୃଦ୍ଧଜଣକ ନାଳନ୍ଦା ମୁକ୍ତ ବିଶ୍ୱବିଦ୍ୟାଳୟରୁ ଅର୍ଥଶାସ୍ତ୍ରରେ ଏମଏ ସମାପ୍ତ କରିଛନ୍ତି । ୧୯୩୮ ମସିହାରେ ରାଜ କୁମାର ଗ୍ରାଜୁଏସନ୍ ଓ ୧୯୪୦ରେ ଆଇନରେ ଡିଗ୍ରୀ ସମାପ୍ତ କରିଥିଲେ । ତେବେ ଏମଏ ପରୀକ୍ଷାରେ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ରାଜକୁମାର ସନ୍ତୋଷ ପ୍ରକଟ କରିଛନ୍ତି ।

ଏହି ଅବସରରେ ରାଜକୁମାର କହିଛନ୍ତି ଯେ, ସେ ତାଙ୍କର ବହୁଦିନର ସ୍ୱପ୍ନକୁ ପୂରା କରିଛନ୍ତି । ଆଜିର ଯୁବପିଢ଼ି କେବେ ବି ହାର ମାନିବା ଉଚିତ ନୁହେଁ । ନିଜ ଉପରେ ବିଶ୍ୱାସ ରହିଥିଲେ ପ୍ରତ୍ୟେକ କାର୍ଯ୍ୟ ସମ୍ଭବ । ସେ ପରୀକ୍ଷା ପ୍ରସ୍ତୁତି ପାଇଁ ପ୍ରତ୍ୟେକ ଦିନ ସକାଳୁ ଶୀଘ୍ର ଉଠି ପଢ଼ାପଢ଼ି କରୁଥିଲେ ବୋଲି କହିଛନ୍ତି । ଏନେଇ ବିଶ୍ୱବିଦ୍ୟାଳୟର ଅଧିକାରୀ କୁହନ୍ତି ଯେ, ରାଜ କୁମାର ନିଜଠାରୁ କମ ବୟସର ପିଲାଙ୍କ ସହ ବସି ପରୀକ୍ଷା ଦେବାକୁ କୁଣ୍ଠାବୋଧ କରିନଥିଲେ ।

Get real time updates directly on you device, subscribe now.