fbpx

ପିପିଲି ଉପନିର୍ବାଚନ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିପିଲି-ଡ଼େଲାଙ୍ଗ ରୋଡ଼ ‘ଶୋ’

ଭୁବନେଶ୍ୱର ୧୩ା୪ (ଓଡିଶା ଭାସ୍କର) : ଆସନ୍ତା ୧୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପିପିଲିରୁ ଡ଼େଲାଙ୍ଗ ରୋଡ଼ ‘ଶୋ’ କରୁଛନ୍ତି । ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସହ ରୋଡ଼ ‘ଶୋ’ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଯୋଗ ଦେଇଛନ୍ତି । ପିପିଲି ଉପନିର୍ବାଚନକୁ ନେଇ ତିନି ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବା ପାଇଁ ମିଳୁଛି ।

ଗତ କାଲି ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ୍ ପ୍ରଚାର କରିଥିଲେ । ବିଜେଡ଼ି ପ୍ରାର୍ଥୀଭାବେ ଛିଡ଼ା ହୋଇଥିବା ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପଙ୍କ ପାଇଁ ବିଜେଡ଼ି ସୁପ୍ରିମୋ ପ୍ରଚାର କରିଛନ୍ତି । ପିପିଲ- ଡ଼େଲାଙ୍ଗର କଥା ମୁଖ୍ୟମନ୍ତ୍ରୀ ନିଜେ ବୁଝିବେ ବୋଲି ଗତ କାଲି ପ୍ରଚାରରେ ମୁଖ୍ୟମନ୍ତ୍ରୀ ସେଠାକାର ଜନତାଙ୍କୁ କହିଛନ୍ତି । ।

Get real time updates directly on you device, subscribe now.