fbpx

ଚାକିରିରୁ ବହିଷ୍କାର କଲେ ଡାକ୍ତରାଣୀ, ଜବରଦସ୍ତ ମଥାରେ ସିନ୍ଦୁର ଦେଇ ପ୍ରତିଶୋଧ ନେଲେ କମ୍ପାଉଣ୍ଡର

ନୂଆଦିଲ୍ଲୀ: ଏକତରଫା ପ୍ରେମ ଓ ପ୍ରତିଶୋଧ ନେବା ପାଇଁ ଜଣେ କେତେ ତଳକୁ ଖସିପାରେ ତା’ର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବିହାରର ସମସ୍ତିପୁର ଅଞ୍ଚଳରେ । ଜିଲ୍ଲାର ଏକ ଘରୋଇ ହସ୍ପିଟାଲରେ ଜଣେ କମ୍ପାଉଣ୍ଡରଙ୍କ ଅଜବ କାରନାମା ଦେଖିବାକୁ ମିଳିଛି । କମ୍ପାଉଣ୍ଡର ଜଣଙ୍କ ଚାକିରି ଚାଲିଯିବାର କ୍ରୋଧରେ ଡାକ୍ତରାଣୀଙ୍କ ମଥାରେ ସିନ୍ଦୁର ଭରି ଦେଇଛନ୍ତି । ଚାକିରି ହରାଇବା ପରେ କମ୍ପାଉଣ୍ଡର ଜଣକ ଡାକ୍ତରାଣୀଙ୍କ ଚାମ୍ବର ମଧ୍ୟକୁ ପଶି ଡାକ୍ତରାଣୀଙ୍କୁ ସିଧାସଳଖ ସିନ୍ଦୁର ଲଗାଇ ଦେଇଥିଲେ । ଖାଲି ସେତିକି ନୁହେଁ କମ୍ପାଣ୍ଡର ଏହି ସମସ୍ତ ଘଟଣାର ଫଟୋ ଓ ଭିଡିଓ ଉତ୍ତୋଳନ କରିଥିବା ଜଣାପଡ଼ିଛି ।

ତେବେ ଡାକ୍ତରାଣୀଙ୍କ ସହ ଉଠାଇଥିବା ଫଟୋକୁ କମ୍ପାଉଣ୍ଡର ସୋସିଆଲ ମିଡିଆରେ ଭାଇରାଲ୍ କରିଦେବା ପରେ ଡାକ୍ତରାଣୀ ଏନେଇ ମାମଲା ଦାୟର କରିଛନ୍ତି । ପୀଡ଼ିତା ଡାକ୍ତରାଣୀ ଦଲସିଂହସରାୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମୁଖ୍ୟ ଚିକିତ୍ସାଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଦୁଇ ମାସ ପୂର୍ବରୁ କମ୍ପାଉଣ୍ଡର ସୁମିତ କୁମାରଙ୍କ ଖରାପ ଆଚରଣ ପାଇଁ ଡାକ୍ତରାଣୀ ତାଙ୍କୁ ଚାକିରିରୁ ବହିଷ୍କାର କରିଦେଇଥିଲେ । ଏହା ପରେ ସୁମିତ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲେ । ଦିନେ ହଠାତ୍ ସୁମିତ ମେଡିକାଲକୁ ପଶି କବାଟ ବନ୍ଦ କରି ଡାକ୍ତରାଣୀଙ୍କ ମଥାରେ ଜୋରଜବରଦସ୍ତ ସିନ୍ଦୁର ଲଗାଇ ଦେଇଥିଲେ । ତେବେ ଏହି ମାମଲାରେ ପୋଲିସ ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଛି । ଖୁବଶୀଘ୍ର ଅଭିଯୁକ୍ତ ସୁମିତ ଧରାପଡ଼ିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.