fbpx

ଅତିରିକ୍ତ SP ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର: ଘରୁ ବାହାରିଥିଲା ପୁଳା ପୁଳା ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ତ୍ରିନାଥଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ନିକଟରେ ଏଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ଏଏସପି ତ୍ରିନାଥଙ୍କ ୧୧ଟି ଜାଗାରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ତାଙ୍କର କଟକ, ଭୁବନେଶ୍ୱର, ଯାଜପୁର ଓ କୋରାପୁଟରେ ଭିଜିଲାନ୍ସ ଟିମ୍ କରିଥିଲା ରେଡ୍ । ଏହି ଚଢ଼ାଉରେ ୩ ଜଣ ଏଏସପି, ୧୦ ଜଣ ଡିଏସପି, ୧୩ ଜଣ ଇନ୍ସପ୍ଟେରଙ୍କ ସହ ଅନ୍ୟ ଅଧିକାରୀମାନେ ସାମିଲ୍ ହୋଇଥିଲେ । ୨୨ ଘଣ୍ଟାର ଚଢ଼ାଉରେ ୨୨ କୋଟିରୁ ଅଧିକ ସମ୍ପତ୍ତି ଠାବ ହେବା ପରେ ପୋଲିସ କମ୍ୟୁନିକେସନ ଅତିରିକ୍ତ ଏସପି ତ୍ରିତାଥ ମିଶ୍ରଙ୍କୁ ଗିରଫ କରାଯାଇଥିଲା ।

ତେବେ ଚଣ୍ଡିଖୋଲରେ ଶାନ୍ତିଲତା କେୟାର ହସ୍ପିଟାଲ, ଔଷଧ ବ୍ୟବସାୟ ରହିଛଇ ଓ ଉଭୟ ହସ୍ପିଟାଲ-ଔଷଧ କାରବାର ତ୍ରିନାଥଙ୍କ ପତ୍ନୀଙ୍କ ନାଁରେ ରହିଛି । ହସ୍ପିଟାଲରେ ଥିବା ଅତ୍ୟାଧୁନିକ ଯନ୍ତ୍ରପାତିର ମୂଲ୍ୟାୟନ ଚାଲୁ ରହିଛି । ଚଣ୍ଡିଖୋଲ ଓ ଧାନମଣ୍ଡଳରେ ଟ୍ରାନ୍ସପୋର୍ଟ ବ୍ୟବସାୟ ଯାହାର ନାମ ଶାନ୍ତିଲତା ଟ୍ରାନ୍ସପୋର୍ଟ ମଧ୍ୟ ରହିଛି । କଟକ ମହାନଦୀ ବିହାରରେ ଦୁଇ ପୁଅଙ୍କ ନାଁରେ ଔଷଧ ଉଦ୍ୟୋଗ । ଏସବୁ ବ୍ୟବସାୟ ବ୍ୟତୀତ ତ୍ରିନାଥଙ୍କର ଅମାପ ସମ୍ପତ୍ତି ଠାବ ହେବାରେ ଲାଗିଛି । ତ୍ରିନାଥଙ୍କର ଅନେକ ଜିଲ୍ଲାରେ ଫ୍ଲାଟ୍, ଇଷ୍ଟେଟ୍ ଆଦି ରହିଛି । ଭୁବନେଶ୍ୱର ରସୁଲଗଡ଼ ମନୋରମା ଇଷ୍ଟେଟ୍ ରେ ୩ବିଏଚକେ ଫ୍ଲାଟ୍, ଯାଜପୁର ଜିଲ୍ଲା ବଡ଼ଚଣାରେ ଫର୍ମା ହାଉସ୍ ରହିଛି । ଭୁବନେଶ୍ୱର ଓ ଯାଜପୁରରେ ଥିବା ୩ଟି ପ୍ଲଟ୍ , ନଗଦ ୩.୫ ଲକ୍ଷ ଟଙ୍କା ଠାବ ହୋଇଛି । ଏହା ବ୍ୟତୀତ ତାଙ୍କର ଅନେକ ଦାମୀ ଗାଡ଼ି ଓ ବାଇକ୍ ରହିଛି । ତ୍ରିନାଥଙ୍କର ଏକ କାର୍ ର ଦାମ୍ ଏକ କୋଟି ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.