fbpx

ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର, ଜାଣନ୍ତୁ କାହିଁକି ନିଷ୍ପତ୍ତି ନେଲେ ସରକାର?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରତାପ ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । ଓଏସବିଏଚଡବ୍ଲୁ ପୂର୍ବତନ ଡେପୁଟୀ ମ୍ୟାନେଜର ପ୍ରତାପଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ଅପରାଗତା ଓ ଦୁର୍ନୀତି କାରବାର ପାଇଁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଜଣାପଡିଛି । ବ୍ୟାପକ ଦୁର୍ନୀତି ଅଭିଯୋଗରେ ପ୍ରତାପଙ୍କୁ ନିଲମ୍ବିତ କରାଯାଇଛି । ଘରେ ରେଡ ବେଳେ ପ୍ରାୟ ୧୫ କୋଟିର ସମ୍ପତ୍ତି ଠାବ କରାଯାଇଥିଲା ।

ତେବେ ଦୁର୍ନୀତି ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସୁଦ୍ଧା ୧୩୧ ଜଣଙ୍କୁ ଚାକିରିରୁ ବହିଷ୍କାର କରାଗଲାଣି । ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧୀ ଅଭିଯାନ ଏବେ ବି ଜାରି ରହିଛି ।

Get real time updates directly on you device, subscribe now.