fbpx

କଂଗ୍ରେସର ସଙ୍ଗୀନ ଅଭିଯୋଗ – ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ପରିବାରକୁ ହତ୍ୟା ଷଡଯନ୍ତ୍ର କରୁଛି ବିଜେପି

ନୂଆଦିଲ୍ଲୀ : କର୍ଣ୍ଣାଟକ ବିଧାନସଭା ନିର୍ବାଚନର ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ଆରୋପ ଓ ପ୍ରତ୍ୟାରୋପ ସେତିକି ବୃଦ୍ଧି ପାଉଛି । ଭାରତୀୟ ଜନତା ପାର୍ଟି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ପରିବାରକୁ ହଟାଇବା ପାଇଁ ଷଡଯନ୍ତ୍ର କରୁଛି ବୋଲି ଅଭିଯୋଗ କରି କଂଗ୍ରେସ ଏକ ନୂଆ ଆକ୍ରମଣ ଆରମ୍ଭ କରିଛି। କଂଗ୍ରେସର କର୍ଣ୍ଣାଟକ ଦାୟିତ୍ୱରେ ଥିବା ରଣଦୀପ ସିଂ ସୁରଜେୱାଲା ବେଙ୍ଗାଲୁରୁରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି।

ସୁରଜେୱାଲା କହିଛନ୍ତି, ବିଜେପି ନେତାମାନେ ଏବେ ମଲ୍ଲିକାର୍ଜୁନ ଖଡଗେ ଏବଂ ତାଙ୍କ ପରିବାରକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। କାହାର ନାମ ନ ରଖି ସୁରଜେୱାଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖ ଲୋକ ମଲ୍ଲିକାର୍ଜୁନ ଖଡଗେଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ବିଜେପି ଏହାକୁ ହଜମ କରିପାରୁନାହିଁ ଯେ ଖଡଗେ ଏକ ଦଲିତ ପରିବାରରେ ଜନ୍ମଗ୍ରହଣ କରିଛନ୍ତି । ବିଜେପି ବିଧାୟକ ମଦନ ଦିଲୱର ଖଡଗେ ଓ ତାଙ୍କ ପରିବାର ବିରୋଧରେ ହତ୍ୟା ଷଡଯନ୍ତ୍ର ଚଳାଇଛନ୍ତି । ବିଜେପି ଏବେ ନିରାଶ ହୋଇଛି । ଏହି ନିରାଶ ଏବେ ଭୟାନକ ରୂପ ନେଇଛି । ସୂଚନାଯୋଗ୍ୟ, ମଇ ୧୦ ରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବ । ମୋଟ୍ ୨୨୪ ଟି ଆସନ ଉପରେ ଭୋଟଦାନ ହେବ ।

Get real time updates directly on you device, subscribe now.