fbpx

ପ୍ରଶାନ୍ତୀ ଏକ୍ସପ୍ରେସ୍ ବଗିରୁ ଶିଶୁପୁତ୍ର ଉଦ୍ଧାର ; ଫେରିଲେନି ବାପା-ମା, ଚାଇଲ୍ଡଲାଇନକୁ ହସ୍ତାନ୍ତର

ଭୁବନେଶ୍ୱର : ପିଲାଟି ପାଇଁ କିଏ କେତେ ଦିଅଁ ଦେବତାକୁ ପୂଜା କରୁଛି ତ ଅନ୍ୟ କିଏ ମାନସିକ ବ୍ରତ କରୁଛି । ହେଲେ ଯାହାକୁ ମିଳୁଛି ସେ ତାକୁ ଏଠି ସେଠି ଫୋପଡା ଫିଙ୍ଗା କରୁଛି । ସେହିଭଳି ଏକ ହୃଦୟସ୍ପର୍ଶ ଖବର ପହଞ୍ଚିଛି । ଖୋର୍ଦ୍ଧା ନିକଟରୁ ଏକ ନବଜାତ ଶିଶୁ ଉଦ୍ଧାର ହୋଇଛି ।

ଟେନ ବଗିରୁ ଏହି ଶିଶୁପୁତ୍ର ଉଦ୍ଧାର ହୋଇଥିବା ସୂଚନା ମିଳିଛି । ପ୍ରଶାନ୍ତୀ ଏକ୍ସପ୍ରେସ୍ ର ଏକ ବଗିରେ ଥିବା ଡଷ୍ଟବିନ୍ ରୁ ଏହି ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଶିଶୁଟିର ପିତାମାତା ବିଷୟରେ କୌଣସି ସୂଚନା ମିଳିନାହିଁ । ଟ୍ରେନ ମଧ୍ୟରେ ଶିଶୁଟିକୁ ଦେଖିବା ପରେ ଚଇଲ୍ଡଲାଇନ୍ କୁ ଖବର ଦିଆଯାଇଥିଲା । ଚାଇଲ୍ଡଲାଇନ୍ ସଦସ୍ୟ ପହଞ୍ଚି ନବଜାତ ଶିଶୁପୁତ୍ରଟିକୁ ଉଦ୍ଧାର କରିଥିଲେ । କିଏ ଓ କାହିଁକି ଶିଶୁପୁତ୍ରକୁ ଟ୍ରେନ ରେ ଛାଡିକି ଯାଇଛି ତାହାର ସେନେଇ କୌଣସି ଖବର ମିଳିନାହିଁ ।

Get real time updates directly on you device, subscribe now.