fbpx
BSKY SKY
BSKY SKY

ଭାରତୀୟ ନୌସେନାରେ ଖୁବଶୀଘ୍ର ୩୭୦ରୁ ଅଧିକ ପଦବୀରେ ହେବ ନିଯୁକ୍ତି: ଏଠାରେ କରିପାରିବେ ଆବେଦନ

BSKY

ନୂଆଦିଲ୍ଲୀ: ଯଦି ଆପଣଙ୍କର ଦେଶ ସେବା କରିବାକୁ ଆଗ୍ରହ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଖୁବ୍ ଶୀଘ୍ର ଭାରତୀୟ ନୌସେନାରେ ବମ୍ପର ପଦବୀରେ ନିଯୁକ୍ତି ମିଳିବ । ଯେଉଁଥିପାଇଁ ପ୍ରାର୍ଥୀମାନେ ଶୀଘ୍ର ଆବେଦନ କରିପାରିବେ । ବିଜ୍ଞପ୍ତି ଅନୁଯାୟୀ ନୌସେନା ୩୭୨ ଟି ପଦବୀରେ ନିଯୁକ୍ତ ହେବ । ଯେଉଁଥି ପାଇଁ ଆବେଦନ ପ୍ରକ୍ରିୟା ମେ ୧୫ ରୁ ଆରମ୍ଭ ହେବ । ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଅଫିସିଆଲ୍ ସାଇଟ୍ www.joinindiannavy.gov.inକୁ ଯିବାକୁ ପଡିବ । ଏହି ଅଭିଯାନ ପାଇଁ ଆବେଦନ କରିବାର ଶେଷ ଉପାୟ ୨୯ ମେ ହେବ ।

ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ନୌସେନାରେ ଚାର୍ଜମ୍ୟାନ୍ – ॥ ପୋଷ୍ଟଗୁଡିକ ପୂରଣ ହେବ । ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଫିଜିକ୍ସ/କେମେଷ୍ଟ୍ରି/ଗଣିତରେ ବଏସସି ଡିଗ୍ରୀ/ଇଞ୍ଜିନିୟରିଂ ସମ୍ବନ୍ଧିତ ବିଷୟରେ ଡିପ୍ଲୋମା ଏବଂ ଅନ୍ୟ ନିର୍ଦ୍ଧାରିତ ଯୋଗ୍ୟତା ହାସଲ କରିବା ଉଚିତ୍ ।

ବୟସ ସୀମା :-
ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ଡ୍ରାଇଭ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷରେ ଏବଂ ସର୍ବାଧିକ ବୟସ ୨୫ ବର୍ଷରେ ସ୍ଥିର କରାଯାଇଛି । ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ନିୟମ ଅନୁଯାୟୀ ସର୍ବାଧିକ ବୟସରେ ଛାଡ ଦିଆଯିବ ।

ଏପରି ହେବ ଚୟନ :-
ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ ପାଇଁ ଏକ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଆୟୋଜନ କରାଯିବ । ପରୀକ୍ଷାରେ ଥିବା ସମସ୍ତ ପ୍ରଶ୍ନ ଏକାଧିକ ବିକଳ୍ପ ରହିବ, ଯେଉଁଥି ପାଇଁ ୧୦୦ ମାର୍କ ସ୍ଥିର ହୋଇଛି । ପରୀକ୍ଷାରେ ଜେନେରାଲ ଇଣ୍ଟେଲିଜେନ୍ସ ଆଣ୍ଡ ରିଜିଙ୍ଗିଙ୍ଗ୍, ସାଧାରଣ ଇଂରାଜୀ, ସାଧାରଣ ଜ୍ଞାନ ଇତ୍ୟାଦି ବିଷୟଗୁଡ଼ିକରୁ ପ୍ରଶ୍ନ ପଚରାଯିବ ।

ଏତିକି ଦେବାକୁ ପଡିବ ଆବେଦନ ଶୁଳ୍କ :-
ଏହି ନିଯୁକ୍ତି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡିବ । ପ୍ରାର୍ଥୀଙ୍କୁ ଫି ଭାବରେ ୨୭୮ ଟଙ୍କା ଦେବାକୁ ପଡିବ । ଅଧିକ ବିବରଣୀ ପାଇଁ ପ୍ରାର୍ଥୀମାନେ ଭାରତୀୟ ନୌସେନାର ଅଫିସିଆଲ୍ ସାଇଟ୍ ସାହାଯ୍ୟ ନେଇପାରିବେ ।

ତାରିଖ:-
ଆବେଦନ ପ୍ରକ୍ରିୟାର ଆରମ୍ଭ ତାରିଖ: ୧୫ ମେ’ ୨୦୨୩ ।
ଆବେଦନ କରିବାର ଶେଷ ତାରିଖ: ୨୯ ମେ’ଇ ୨୦୨୩ ।

Get real time updates directly on you device, subscribe now.