fbpx

କୁଚିଣ୍ଡାରେ ଅଘଟଣ: ଶିକ୍ଷକଙ୍କୁ ଗଳାକାଟି ହତ୍ୟା, ଛାନଭିନ ଆରମ୍ଭ କରିଛି ପୋଲିସ

କୁଚିଣ୍ଡା : ଶିକ୍ଷକଙ୍କ ଗଳାକାଟା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ଖର୍ଲା ବାଇପାସ୍ ବ୍ରିଜ୍ ନିକଟରେ ଜଣେ ଶିକ୍ଷକଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଠାବ ହୋଇଛି । ମୃତକ ଜଣକ ହେଲେ ମନ୍ତ୍ରୀମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପୃଥ୍ବୀରାଜ ମହାନନ୍ଦ (୩୮) । କେହିଜଣେ ଦୃର୍ବୁତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ଣ ପ୍ରାୟ ୪ଟାରେ ଶିକ୍ଷକ ନିଜ ସ୍କୁଟି ଧରି ବାହାରକୁ ଯାଇଥିଲେ। ଗଲା ବେଳେ ଘରେ କହିଥିଲେ ଫେରିବାରେ ବିଳମ୍ବ ହେବ। ହେଲେ ରାତିରେ ଘରକୁ ଫେରିନଥିଲେ । ଆଜି ସକାଳୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିକ୍ଷକଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ କୁଚିଣ୍ଡା ଥାନା ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଗତକାଲି ସେ ଏକ ଲସି ଦୋକାନ ନିକଟରେ ନିଜର ସ୍କୁଟିଟି ରଖି ବସିଥିବାର ଦେଖିବାକୁ ମିଳିଥିଲା ବୋଲି ସ୍ଥାନୀୟ ଲୋକେ ପୋଲିସକୁ କହିଛନ୍ତି ।

ତେବେ ସେ କୁଚିଣ୍ଡା ଏନଏସିର ୬ ନମ୍ବର ୱାର୍ଡରେ ରହୁଛନ୍ତି । ତାଙ୍କର ସ୍ତ୍ରୀ ଓ ଗୋଟିଏ ପୁଅ ଥିବା ଜଣାଯାଇଛି । ତେବେ ଶିକ୍ଷକଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.