fbpx

PSG ର ଅନୁମତି ବିନା ସାଉଦି ଯିବା ପାଇଁ କ୍ଲବକୁ କ୍ଷମା ମାଗିଥିଲେ ମେସି , ନିଲମ୍ବନକୁ ନେଇ ବଦଳିବ କି କ୍ଳବର ନିଷ୍ପତ୍ତି ?

ନୂଆଦିଲ୍ଲୀ: କ୍ଲବ୍ ର ବିନା ଅନୁମତିରେ ସାଉଦି ଆରବ ଯାତ୍ରା କରିଥିବାରୁ ଆର୍ଜେଣ୍ଟିନା ଏବଂ ପ୍ୟାରିସ୍ ସେଣ୍ଟ-ଜର୍ମାନ (PSG) ତାରକା ଫୁଟବଲର୍ ଲିଓନେଲ ମେସି କ୍ଷମା ମାଗିଛନ୍ତି। ନିକଟରେ ମେସି ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହ ସାଉଦି ଯାଇଥିଲେ। ଏହା ପରେ କ୍ଲବ ତାଙ୍କୁ ଦୁଇ ସପ୍ତାହ ପାଇଁ ନିଲମ୍ବିତ କରିଥିଲା। ତେବେ ବର୍ତ୍ତମାନ ସେ କ୍ଲବକୁ କ୍ଷମା ମାଗିବା ପରେ ତାଙ୍କ ନିଲମ୍ବନ ହ୍ରାସ ହୋଇଛି କି ନାହିଁ ତାହା ଦେଖିବା ବାକି ରହିଲା । ମେସି କୌଣସି ସାଉଦି କ୍ଲବରେ ଯୋଗଦେବା ନେଇ ମଧ୍ୟ ଖୁବ କଳ୍ପନାଜଳ୍ପନା ରହିଛି।

ଫ୍ରାନ୍ସର କ୍ରୀଡ଼ା ସାମ୍ବାଦିକ ଫାବ୍ରିଜିଓ ରୋମାନୋ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ମେସି କ୍ଲବକୁ କ୍ଷମା ମାଗୁଥିବାର ନଜର ଆସିଛନ୍ତି। ଏହି ଭିଡିଓରେ ମେସି କହୁଛନ୍ତି – ମୁଁ ଭାବିଲି ମ୍ୟାଚ୍ ପରେ ଆମେ ପୂର୍ବପରି ଗୋଟିଏ ଦିନ ଛୁଟି ନେବାକୁ ଯାଉଛୁ । ମୁଁ ଏହି ଯାତ୍ରା ଯୋଜନା କରିଥିଲି ଏବଂ ମୁଁ ଏହାକୁ ବାତିଲ କରିପାରିଲି ନାହିଁ । ମୁଁ ପୂର୍ବରୁ ସାଉଦି ଗସ୍ତକୁ ମଧ୍ୟ ବାତିଲ କରିଥିଲି । ମୁଁ ମୋର ଭୁଲ ପାଇଁ କ୍ଷମା ପ୍ରାର୍ଥନା କରୁଛି ଏବଂ କ୍ଲବ ମୋ ସହିତ କ’ଣ କରିବାକୁ ଚାହୁଁଛି ମୁଁ ଅପେକ୍ଷା କରିଛି ।

 

View this post on Instagram

 

A post shared by Fabrizio Romano (@fabriziorom)

ଏହି କଟକଣା ଲାଗୁ ହେବା ପରେ ମେସି କିଛିଦିନ ପାଇଁ କୌଣସି ମ୍ୟାଚ ଖେଳି ପାରିବେ ନାହିଁ । ଏଥିସହିତ ସେ କୌଣସି ପ୍ରଶିକ୍ଷଣ ଶିବିରରେ ମଧ୍ୟ ସାମିଲ ହୋଇ ପାରିବେ ନାହିଁ । ଏବଂ ତାଙ୍କୁ ଏହି ଅବଧିରେ ଦରମା ଦିଆଯିବ ନାହିଁ। ସୂଚନାମୁତାବକ ବିନା ଅନୁମତିରେ ମେସି ସାଉଦି ଆରବ ଗସ୍ତ କରିଥିବାରୁ ତାଙ୍କ ଉପରେଏହି ଆକ୍ସନ ନିଆଯାଇଛି ।

Get real time updates directly on you device, subscribe now.