fbpx

କିଏ ହେବ କର୍ଣ୍ଣାଟକର କିଙ୍ଗ? Opinion Pollରେ ବିଜେପି ଏବଂ କଂଗ୍ରେସକୁ ମିଳିଲା ଏତିକି ସିଟ୍

Advertisement

ନୂଆଦିଲ୍ଲୀ: କର୍ଣ୍ଣାଟକ ଇଲେକ୍ସନକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ ହୋଇ ସାରିଛି । ବିଧାନସଭାର ଏହି ନିର୍ବାଚନ ଲଢେଇରେ କିଏ ମାରିବ ବାଜି? ସେ ନେଇ ଜୋର ଧରିଛି ଆଲୋଚନା ଆଉ ପର୍ଯ୍ୟାଲୋଚନା । ତେବେ ୟା ଭିତରେ କଂଗ୍ରେସ ପାଇଁ ଆସିଛି ଏକ ଖୁସି ଖବର । ଓପିନିଅନ ପୋଲରେ କଂଗ୍ରେସ ମାରିଛି କର୍ଣ୍ଣାଟକର ବାଜି । ନିର୍ବାଚନ ପୂର୍ବରୁ ସି ଭୋଟର ତରଫରୁ ଜାରି ହୋଇଥିବା ଏକ ସର୍ଭେରେ ବିଜେପିକୁ ମାତ୍ ଦେଇଛି କଂଗ୍ରେସ । ତେବେ କ’ଣ ସତରେ କର୍ଣ୍ଣାଟକରେ କଂଗ୍ରେସ ଗଢିବ ଏ ଥରର ନୂଆ ସରକାର ?

କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ଏକ ସର୍ଭେରେ କଂଗ୍ରେସ ସରକାର ଗଠନ କରିବା ନେଇ ପୂର୍ବାନୁମାନ କରାଯାଇଛି । ତେବେ ଏହି ସର୍ଭେରେ ପଛରେ ପଡି ଯାଇଛି ଭାରତୀୟ ଜନତା ପାର୍ଟି । ଏହି ସର୍ଭେରେ କଂଗ୍ରେସକୁ ୧୧୦ରୁ ୧୨୨ ସିଟ ମିଳୁଥିବା ବେଳେ ବିଜେପି ମାତ୍ର ୭୩ରୁ ୮୫ ସିଟ ହାସଲ କରିଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମୋଟ ୨୨୪ ସିଟ ଥିବା ବେଳେ ବିଜେପି ଏବଂ କଂଗ୍ରେସ ବ୍ୟତୀତ ଜେଡିଏସ ୨୧ ରୁ ୨୯ ସିଟ ପାଇଥିବା ବେଳେ ଅନ୍ୟ ଦଳ ୨ ରୁ ୬ଟି ସିଟ ପାଇଛନ୍ତି । ତେବେ ବିଜେପିକୁ ଏହି ସର୍ଭେରେ ୩୨ ପ୍ରତିଶତ ଭୋଟ ହାସଲ କରିଥିବା ବେଳେ କଂଗ୍ରେସ ୪୪ ପ୍ରତିଶତ ଭୋଟ ସହ ସରକାର ଗଢିବ ବୋଲି ଅନୁମାନ କରାଯାଉଛି ।

ସେହିପରି ସିଦ୍ଧାରମୈୟା ୪୨ ପ୍ରତିଶତ ସହ ମୁଖ୍ୟମନ୍ତ୍ରୀ ପଦରେ ଦାୟିତ୍ୱ ନେବେ ବୋଲି କହିଛି ଏହି ସର୍ଭେ । ଏହାପରେ ବୋମ୍ମଇଙ୍କୁ ୩୧ ପ୍ରତିଶତ ଏବଂ କୁମାରସ୍ୱାମୀଙ୍କୁ ଓପିନିଅନ ପୋଲରେ ୨୧ ପ୍ରତିଶତ ଭୋଟ ମିଳିଛି । ତେବେ ଏହି ଓପିନିଅନ ପୋଲରେ ମିଳିଥିବା ରେଜଲ୍ଟ କେତେ ସତ ହେବ ତାହାର ନିଷ୍ପତ୍ତି ନେବେ କର୍ଣ୍ଣାଟକର ଭୋଟର । କର୍ଣ୍ଣାଟକରେ ମେ’ ୮ ତାରିଖରେ ନିର୍ବାଚନୀ ପ୍ରଚାର ଶେଷ ହେବାକୁ ଥିବା ବେଳେ ୧୦ ତାରିଖରେ ହେବ ନିର୍ବାଚନ ଲଢେଇ । ଏହାପରେ ମେ’ ୧୩ ତାରିଖରେ ସମସ୍ତ ସିଟର ଫଳାଫଳ ଘୋଷଣା କରାଯିବ । ଏହାପୂର୍ବରୁ ଓପିନିଅନ ପୋଲରେ ବାଜି ମାରି ସାରିଛି କଂଗ୍ରେସ ଦଳ ।

Get real time updates directly on you device, subscribe now.