fbpx

କଂଗ୍ରେସର ଆଉ ଏକ ପ୍ରାର୍ଥୀ ତାଲିକା: ମୋଟ ୧୪ଟି ଲୋକସଭା ଓ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ: ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ପୂର୍ବରୁ କଂଗ୍ରେସ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ପୁଣି ଜାରି କରିଛି ଆଉ ଏକ ପ୍ରାର୍ଥୀ ତାଲିକା ।

ଏହା ମଧ୍ୟରେ ଆଜି କଂଗ୍ରେସ ଜାରି କରିଛି ତା’ର ଆଉ ଏକ ପ୍ରାର୍ଥୀ ତାଲିକା । ଆନ୍ଧ୍ରପ୍ରଦେଶ ଲୋକସଭା ଓ ବିଧାନସଭା ଆସନ ପାଇଁ ଦଳ ମୋଟ ୧୪ ଜଣଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସେଥି ମଧ୍ୟରେ ରହିଛି ୩ଟି ଲୋକସଭା ଆସନ ଓ ୧୧ଟି ବିଧାନସଭା ଆସନ । ବିଭିନ୍ନ ଦିଗରୁ ତର୍ଜମା କରିବା ପରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରାର୍ଥୀ ଭାବେ ଚୟନ କରିଛି ।

Get real time updates directly on you device, subscribe now.