fbpx

ଘଟିଲା ବଡ଼ ଅଘଟଣ: ହାର୍ଟ ଆଟାକରେ ବିଜେପି ଲୋକସଭା ସାଂସଦଙ୍କ ପରଲୋକ

ନୂଆଦିଲ୍ଲୀ: ଏପ୍ରିଲ ୧୯ ତାରିଖରୁ ଦେଶରେ ୭ ପର୍ଯ୍ୟାୟ ବିଶିଷ୍ଟ ଲୋକସଭା ନିର୍ବାଚନର ମତଦାନ ଆରମ୍ଭ ହୋଇଛି । ଓଡ଼ିଶାରେ ମେ ୧୩ରୁ ୪ ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ନେତାମାନେ ଆଗାମୀ ନିର୍ବାଚନରେ ବିଜୟ ଲକ୍ଷ୍ୟରେ ପ୍ରଚାର କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର ।

ଲୋକସଭା ନିର୍ବାଚନ ପାଇଁ ସାରା ଦେଶର ରାଜନୈତିକ ଦଳ ଓ ନେତାମାନେ ବ୍ୟସ୍ତତା ମଧ୍ୟରେ ରହିଥିବା ବେଳେ ଏହା ମଧ୍ୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ଜଣେ ବିଜେପି ସାଂସଦଙ୍କର ହାର୍ଟ ଆଟାକରେ ପରଲୋକ ଘଟିଛି । ଉତ୍ତରପ୍ରଦେଶର ହାଥରସ ଲୋକସଭା ଆସନରୁ ବିଜେପି ସାଂସଦ ଥିବା ରାଜବୀର ଦିଲେର ଆଉ ନାହାନ୍ତି । ଅଲୀଗଡ଼ର ବରୁଣ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ରାଜବୀର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛିଦିନ ଧରି ରାଜବୀର ବୀମାରୀରେ ପୀଡ଼ିତ ରହିଥିଲେ । ରାଜବୀରଙ୍କ ଅଚାନକ ଦେହାନ୍ତ ଭାଜପା ପାଇଁ ଏକ ବଡ଼ କ୍ଷତି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଟିକେଟରେ ରାଜବୀର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଚଳିତ ଥର ତାଙ୍କୁ ଦଳ ତରଫରୁ ଟିକେଟ୍ ମିଳିନଥିଲା ।

Get real time updates directly on you device, subscribe now.