fbpx

ପ୍ରେମିକଙ୍କ ବର ବେଶ ଦେଖି ସହିପାରିଲେନି ପ୍ରେମିକା, ସିଧା ମୁହଁକୁ ପକାଇଲେ ଏସିଡ୍, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଲିୟା ଜିଲ୍ଲାରେ ଜଣେ ପ୍ରେମିକା ନିଜ ପ୍ରେମିକ ଉପରେ ଏସିଡ ମାଡ କରିବା ଘଟଣା ସାମ୍ନାକୁ ଆସିଛିା ଯେଉଁଥିରେ ବରଙ୍କ ସହ ଅନେକ ମହିଳା ମଧ୍ୟ ଏସିଡ ମାଡ଼ର ଶିକାର ହୋଇଛନ୍ତି । ଏହାପରେ ପ୍ରେମିକା ଜଣକ ଖସିଯିବାକୁ ଚେଷ୍ଟା କରିଛନ୍ତି, ହେଲେ କିଛି ମହିଳା ତାଙ୍କୁ ଜୋରଜବରଦସ୍ତ ରୋକି ମାରପିଟ କରିବା ସହ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ଏହି ଯୁବକ ଏବଂ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ସେମାନେ ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ପ୍ରତିଜ୍ଞା କରିଥିଲେ, ଏକ ସାଂଗରେ ବଞ୍ଚିବା ମରିବାର ଦୁହେଁ ଦୁହିଁଙ୍କୁ ପ୍ରତିଜ୍ଞା କରିଥିଲେ । ହେଲେ ଏହି ସଂପର୍କକୁ ପରିବାର ଲୋକେ ସ୍ୱୀକାର କରିନଥିଲେ । ଏହି ମାମଲାରେ ପଞ୍ଚାୟତ ମଧ୍ୟ ବସାଯାଇଥିଲା । ହେଲେ ପୁଅର ପରିବାର ଲୋକେ ତାଙ୍କୁ ବାହାରକୁ ପଠାଇଦେଇଥିଲେ । କିଛି ଦିନ ପରେ ସେ ଆସିବା ମାତ୍ରେ ତାଙ୍କର ବିବାହ ଅନ୍ୟ ଗାଁରେ କରାଯାଇଥିଲା । ସେଥିପାଇଁ ପ୍ରେମିକା ଜଣକ ପ୍ରେମିକଙ୍କୁ ଉଚିତ ଶିକ୍ଷା ଦେବାକୁ ମନସ୍ତ କରିଥିଲେ । ସେଥିପାଇଁ ସେ ତାଙ୍କ ପ୍ରେମିକ ଉପରେ ଏସିଡ ପକାଇଥିଲେ ।

ସୁଚନାନୁଯାୟୀ, ବରର ନାମ ରାକେଶ ବିନ୍ଦ । ତାଙ୍କର ଗାଁର ଯୁବତୀଙ୍କୁ ଦୁଇ ବର୍ଷ ପ୍ରେମ ସଂପର୍କରେ ଥିଲେ । ଦୁହେଁ ଦୁହିଁଙ୍କୁ ବିବାହ କରିବାକୁ ଚାହୁଁଥିଲେ । ହେଲେ ପରିବାର ଲୋକଙ୍କୁ ଏହି ସଂପର୍କ ମଞ୍ଜୁର ନଥିଲା । ଏହି କାରଣ ପାଇଁ ପୁଅ ଘର ଲୋକେ ପୁଅକୁ ଅନ୍ୟ ଏକ ସହର ପଠାଇଦେଇଥିଲେ । ହେଲେ ଯୁବତୀ ଜଣକ ପୁଅକୁ ଅପେକ୍ଷା କରିଥିଲେ । ହେଲେ ସେ ଯେତେବେଳେ ଜାଣିଲେ ରାକେଶ ବିବାହ କରିବାକୁ ରାଜି ହୋଇଯାଇଛନ୍ତି, ସେତେବେଳେ ସେ ତାଙ୍କ ମୁହଁରେ ଏସିଡ ମାଡ଼ କରିଥିଲେ ।

Get real time updates directly on you device, subscribe now.