fbpx

ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌?

ପିପିଲି,୨୩ ।୪(ଓଡିଶା ଭାସ୍କର):ପିପିଲି ଉପନିର୍ବାଚନକୁ ନେଇ ଚାଲିଛି ରାଜନୀତି । କରୋନା ଯୋଗୁଁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନକୁ କିଛିଦିନ ପାଇଁ ଘୁଞ୍ଚାଯାଇଛି । ଏହାରି ମଧ୍ୟରେ ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ କଂଗ୍ରେସ ଟିକେଟ୍ ଦେଇଛି । ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକର ବାସିନ୍ଦା ବିଶ୍ୱକେଶନ ମହାପାତ୍ର । ସେ ଜିଲ୍ଲା କଂଗ୍ରେସର ସେବାଦଳର ମୁଖ୍ୟ ସଂଗଠକ ଭାବେ କାର୍ଯ୍ୟ କରୁଛନ୍ତି ।ବିଶ୍ୱକେଶନଙ୍କ ନାଁରେ ମୋହର ମାରିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।

ତେବେ ମେ’ ୧୩ ରେ ନିର୍ବାଚନ ହେବାକୁ ଥିବା ପିପିଲି ଉପନିର୍ବାଚନକୁ ମେ’ ୧୬ ତାରିଖକୁ ଘୁଞ୍ଚାଯାଇଛି । ସେହିପରି ମେ’ ୧୯ରେ ଏହାର ଫଳାଫଳ ଘୋଷଣା କରାଯିବ । ମେ’ ୧୩ରେ ଇଦ୍-ଉଲ-ଫିତର ପଡ଼ୁଥିବାରୁ ନିର୍ବାଚନ ଘୁଞ୍ଚାଯାଇଛି। ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହନୀ ।

Get real time updates directly on you device, subscribe now.