fbpx

ନେହେରୁଙ୍କୁ ମୋଦୀଙ୍କ ଅବମାନନା; ସ୍ୱାଧୀନତା ସଂଗ୍ରାମୀଙ୍କ ତାଲିକାରୁ ବାଦ ପଡିଲା ଫଟୋ

Advertisement

ନୂଆଦିଲ୍ଲୀ: ପୁଣି ଥରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜୱାହାରଲାଲ ନେହେରୁଙ୍କୁ ଅବମାନନା କରିଛି ମୋଦୀ ସରକାର । ସ୍ୱାଧୀନତା ସଂଗ୍ରାମୀଙ୍କ ଉଦ୍ଦେଶ୍ୟରେ ନିର୍ମିତ ଏକ ପୋଷ୍ଟର ଓ ଅଫିସିଆଲ ୱେବସାଇଟରୁ ନେହେରୁଙ୍କ ଫଟୋ ସ୍ଥାନିତ କରାନଯିବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଆଜାଦୀ କି ଅମ୍ରିତ ନାମକ କାର୍ଯ୍ୟକ୍ରମର ପୋଷ୍ଟରରୁ ନେହେରୁଙ୍କୁ ବାଦ ଦିଆଯିବାକୁ ନେଇ ଏହି ବିବାଦର ସୂତ୍ରପାତ ହୋଇଛି । ମୋଦୀ ଏବଂ ବିଜେପି ସରକାର ଶସ୍ତା ରାଜନୀତି କରୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ।

ଭାରତୀୟ ଐତିହାସିକ ଗବେଷଣା କେନ୍ଦ୍ର(ଆଇସିଏଚଆର)ରେ ରଖାଯାଇଥିବା ପୋଷ୍ଟରରେ ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ ଏବଂ ବିନାୟକ ଦାମୋଦର ସାଭରକରଙ୍କ ଫଟୋ ରହିଛି । ଉଦ୍ଦେଶ୍ୟମୂଳକ ଭାବରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ହଟାଯାଇଛି ବୋଲି ଥରୁର କହିଛନ୍ତି । ଆଇସିଏଚଆର ପକ୍ଷରୁ ପୁନର୍ବାର ଏକ ଖରାପ ଉଦାହରଣ ସୃଷ୍ଟି କରାଯାଇଛି ବୋଲି କହି ନିନ୍ଦା କରିଛନ୍ତି କଂଗ୍ରେସ ସାଂସଦ ଶଶୀ ଥରୁର ।

Get real time updates directly on you device, subscribe now.