fbpx

ଆଜି କଂଗ୍ରେସର CWC ଏବଂ ସଂସଦୀୟ ଦଳର ବୈଠକ, ଲୋକସଭା ନିର୍ବାଚନରେ ସଫଳତାକୁ ନେଇ ହୋଇପାରେ ଚର୍ଚ୍ଚା

ନୂଆଦିଲ୍ଲୀ: ଶନିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି(CWC) ଏବଂ ପାର୍ଟି ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହେବ । ପୂର୍ବାହ୍ନ ୧୧ଟାରେ CWC ବୈଠକ ହେବାକୁ ଥିବା ବେଳେ ସନ୍ଧ୍ୟା ୫ଟାରେ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହେବ । ଏନେଇ କଂଗ୍ରେସ ମହାସଚିବ ଜୟରାମ ରମେଶ ସୂଚନା ଦେଇଛନ୍ତି ।

ସୂଚନାରୁ ପ୍ରକାଶ ସୋନିଆ ଗାନ୍ଧୀ ପୁଣି ଥରେ କଂଗ୍ରେସର ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇପାରନ୍ତି । ଏହା ପରେ ସେ ବିରୋଧୀ ଦଳର ନୂତନ ନେତା ଚୟନ କରିବେ । ତେବେ ଅନେକ କଂଗ୍ରେସ ନେତାମାନେ ରାହୁଲ ଗାନ୍ଧୀଙ୍କୁ ନେତା ପ୍ରତିପକ୍ଷ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ସେପଟେ ମଲ୍ଲିକାର୍ଜୁନ ଖଡ଼ଗେ ରାଜ୍ୟସଭାରେ ନେତା ପ୍ରତିପକ୍ଷ ହେବା ନେଇ ସମ୍ଭାବନା ରହିଛି । ଏହି ବୈଠକରେ ମୁଖ୍ୟତଃ ଲୋକସଭା ନିର୍ବାଚନରେ କଂଗ୍ରେସର ଭଲ ପ୍ରଦର୍ଶନ ନେଇ ଆଲୋଚନା ହେବ । ସଂସଦୀୟ ଦଳ ବୈଠକରେ ଲୋକସଭାର ନବନିର୍ବାଚିତ ସଦସ୍ୟ ଏବଂ ରାଜ୍ୟସଭାର ସଦସ୍ୟ ସାମିଲ ହେବେ । ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତାର ନିର୍ବାଚନକୁ ନେଇ ବିଚାର କରାଯିବ । ତେବେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ହିଁ ନେତା ପ୍ରତିପକ୍ଷ ହେବ । କହିରଖୁଛୁ କଂଗ୍ରେସ ଚଳିତ ଲୋକସଭାରେ ମୋଟ୍ ୯୯ଟି ଆସନ ଜିତିଛି । ଗତଥର କଂଗ୍ରେସ ୫୨ଟି ଆସନରେ ବିଜୟୀ ହୋଇଥିଲା ।

Get real time updates directly on you device, subscribe now.